STORYMIRROR

DR AMRESH PATTNAIK

Abstract Romance

3  

DR AMRESH PATTNAIK

Abstract Romance

ସ୍ମୁତି

ସ୍ମୁତି

1 min
47


ସ୍ମୃତି ! ସ୍ମୃତି ! ସ୍ମୃତି !

ତୁମେ କେବେ ପ୍ରଥମ ବର୍ଷାର ମାଟି ଭିଜା ବାସ୍ନା

ଆଉ କେବେ ଓଦା କାକରରେ ଶଶିର ଋଦ୍ଧିମନ୍ତ ଜୋସ୍ନା !

ମୃଦୁ ମଳୟର ରାଗ ଅନୁରାଗ

ସେହି ବସନ୍ତ ସ୍ପର୍ଶରେ

ନିଦାଘର କଠୋରତା ଅସ୍ତରାଗ

ପୁଣି ଆନନ୍ଦର ଶୀର୍ଷରେ !

ତୁମେ ଅଟ ପ୍ରଥମ ପ୍ରେମର......

ପ୍ରଥମ ଜନ୍ମର ପାପର ପୂଣ୍ୟର ସ୍ନେହର ପ୍ରେମର

ସାଥେ ବଢ଼ିଥିବା ସମୟର

ପ୍ରଥମ ଗୀତର ସ୍ୱର

ଜୀବନ ହୋଲିର ସପ୍ତରଂଗ ଅବିର

ପ୍ରେମିକା ଆଖିର ସ୍ୱପ୍ନର ଅସର

ନାଲି ଅଳତା ଗାର ପ୍ରେମିକା ପାଦର

ଲାଜ ଲାଜ ଆଖିର କଜ୍ଜଳଧାର !


ସ୍ମୃତି ତୁମେ....

ସ୍ୱପ୍ରଭରା ସ୍ପନ୍ଦନ

ଆଦ୍ୟ ଯୌବନ

ପ୍ରେମବୋଳା କଥନ

ମମତାମୟୀର ମନ

କୋହଭରା କ୍ରନ୍ଦନ

ସେଇ ମ୍ନୃଗ ନୟନ

ପ୍ରିତିଭରା ଚୁମ୍ବନ.....


ସ୍ମୃତି ତୁମେ...

ପବିତ୍ର ଶଙ୍ଖର ଧ୍ୱନୀ

ମାଆର ପଣତକାନୀ

ପ୍ରେମିକା ନୀଳ ନୟନୀ

ଲାଜ କୁଳୀ ନାମଟି କୁନୀ

ଆଉ ଶୁଭୁନି....... ଆଉ ଶୁଭୁନି.......


ସ୍ମୃତି ତୁମେ

ପ୍ରତିବିମ୍ବିତ ଛବି ମୋ ମନ ଆଇନାର

ଅନ୍ତରଙ୍ଗ କବି ମୋ ଜୀବନ କବିତାର

ନୟନେ ଲୋତକ ଓଠରେ ହସର ଗନ୍ତାଘର !

ମୃୃଗତୃଷ୍ମାର ଝଲକେ ଶୋଭାଏଠି ଜୀବନ ମରୁବାଲିର !

ତୁମେ ଥିଲ ମୋ ସ୍ୱପ୍ନର,ରସର,ହସର ଓ କାନ୍ଦର

ତୁମେ ନ ଥିଲେ ମୁଁ ଲାଜ,କୋହ ଅସହାୟର ପତର !

ଏଭଳି ତୁମେ ଆସ ମୋ ପାସେ ସତ୍ୟ ଓ

ବାସ୍ତବର

ତୁମ ବିନା ଜୀବନଟା ନିରାନନ୍ଦ ନିରାକାର !

ସ୍ମୃତି ! ସ୍ମୃତି ! ସ୍ମୃତି !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract