STORYMIRROR

DR AMRESH PATTNAIK

Others

3  

DR AMRESH PATTNAIK

Others

ପୂର୍ଣ୍ଣିମା

ପୂର୍ଣ୍ଣିମା

1 min
13.8K



ମୋ ଜୀବନେ ଦେଖି ଅଛି ପୂର୍ଣ୍ଣେନ୍ଦୁର ଅପରୂପ ଶୋଭା

ପର୍ବତ ଉହାଡୁ ଉଦିତ ଏହି ଦିବ୍ୟଜ୍ୟୋତି ଆଭା ।।

ଆଲୋକର ଦାସବୋଲି ସଦାହୁଏ ଅସ୍ତବ୍ୟସ୍ତ

ଦୁନିଆ ଆଖିରେ ମୁଁ ଯେ ଅପାର ଅଭ୍ୟସ୍ତ ।।

ସୌନ୍ଦଯ୍ୟ ଅଛି ମୋ ଠାରେ ଅଛି ତ ଜୋଛନା

ଏତେ ସୁଖ ମୋ କପାଳେ କାହିଁକି ଯାଣେନା ।।

ବିଧାତା ଲେଖିଛି ଭାଗ୍ୟେ ପୁନେଇର ଚାନ୍ଦ

ନିିଜେ ଭି ଯାଣିନି କାହୁଁ ଆସିଲା ଆନନ୍ଦ ।।

ଏକାକାରେ ଏତେ ସୁଖ ଦେଲେ ଭଗବାନ

ଦେଖି ପାରି ଖୁସିହେଲି ପୂର୍ଣ୍ଣମୀର ଜହ୍ନ ।।

ଦିବ୍ୟ ଜୀବନ ମୋ ହସ ଖେଳରେ ଭରା

ଆଗମନ ସୁଖରେ ମୋ ହସିଉଠେ ଧର। ।।

ତଥାପି ମୁଁ ପ୍ରତିମାସେ ଥରୁଟିଏ ଆସେ

ଚାନ୍ଦର ଚାନ୍ଦିନୀ ପାନକରିବାର ଆଶେ ।।

ଚାହେଁନା ମୁଁ ସମହେବି ଅମାବାସ୍ୟା ରାତିର

ଆଶାମୋର ଅନ୍ଧକାର ସ୍ପର୍ଶ ପାଇବାର ।।

ବହୁ ପ୍ରତିକ୍ଷିତ ଅନ୍ତହିନ ଏହି ପ୍ରତିକ୍ଷା

ଇଶ୍ୱରଙ୍କ ଦରବାରେ ଏହାହିଁ ମୋ ଭିକ୍ଷା ।।


ଡ଼ଃ ଅମ୍ରେଶ ପଟ୍ଟନାୟକ

ବିଞ।ନ ଶିକ୍ଷକ

ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ

ପୋଲସରା,ଗଞାମ,୬୭୧୧୦୫

ଦୂରାଭାଷ--୭୮୭୩୦୨୩୦୦୫


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍