STORYMIRROR

DR AMRESH PATTNAIK

Inspirational

2  

DR AMRESH PATTNAIK

Inspirational

ମୋ ସ୍ୱପ୍ନର ଘର

ମୋ ସ୍ୱପ୍ନର ଘର

1 min
13.7K



ସ୍ୱପ୍ନ ଅଟେ ସେତ       ସୁପ୍ତରୁ ଜାଗ୍ରତ

        ଅଟଇ ଭାରି ମଧୁର

ଚାନ୍ଦିନୀ ରାତିର       ଛାୟାମୟ ଆକାଶେ

       ଉଛୁଳି ପଡେ ଭାଵର ।।

ନର୍କଠାରୁ ସ୍ୱର୍ଗ      ସ୍ୱର୍ଗଠାରୁ ଵୈଷ୍ମବ  

     ସମସ୍ତେ ଭୋଗନ୍ତି ସ୍ୱପ୍ନର ଆସର

ପିଲା ଠାରୁ ବୁଢ଼ା।     ପିଲି ଠାରୁ ବୁଢ଼ୀ

     ଘୁରନ୍ତି ଏ ମାୟାର ସହର ।।

କିଏ ଲଭେ ଗନ୍ଧ     କିଏ ମକରନ୍ଦ

    ସ୍ନେହ ପ୍ରେମ ଭରା ସଂସାର


ମିଛ ମାୟା ଏ ସଂସାର ଏଠି କିଏ ନୁହେଁ କାହାର

      ସବୁ ସ୍ୱାର୍ଥ ଏଠି ଆପଣାର ।।

ଏ ଧରାଧାମେ     ଜନମିଲି ବୋଲି 

       ସର୍ବତ୍ର କଲି ଆଦର

ସୁନାଟିଏ ଧରି      ଚୁନାକଲି ବୋଲି

      ଦିନହେଲା ଦୁର୍ଦିନର ।।

ଇନ୍ଦ୍ରଙ୍କ ଅଟ୍ଟାଳିକା।  ତଳେସବୁ ଫୀକା

     ଛାୟାମୟ ଏ ଆସର

ବିରାଟ ସନ୍ଧାନେ  ଭୁଲିଗଲି କ୍ଷୁଦ୍ର

    ଏହି ମୋ ସ୍ୱପ୍ନର ଘର ।।



ଡ଼ଃ ଅମ୍ରେଶ ପଟ୍ଟନାୟକ

ବିଞ।ନ ଶିକ୍ଷକ

ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ

ପୋଲସରା,ଗଞାମ,୬୭୧୧୦୫

ଦୂରାଭାଷ--୭୮୭୩୦୨୩୦୦୫


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational