STORYMIRROR

DR AMRESH PATTNAIK

Inspirational

3  

DR AMRESH PATTNAIK

Inspirational

ଗାଁ ଟି ମୋର

ଗାଁ ଟି ମୋର

1 min
14.1K



ଗାଁ ଟି ମୋର ସଫାସୁତର ଅଟଇ ଅତି ଆପଣାର

ଗାଁର ଚିହ୍ନ ବର୍ଣ୍ଣ ନାହିଁ। ପାଲଟିଛି ଏବେ ସହର

ଗାଁର ଶୋଭା ଅଟଇ ମନଲୋଭା

ଗାଁ ମୁଣ୍ଡ ବରଗଛର ଆଭା

ପିଣ୍ଡାରେ ବସି ତାସ ଖେଳ ବର ଓହଳରେ ପିଲାଂକ ଦଳ

ବଢ଼ାଇ ଦିଏ ତା ଶୋଭା

ଗାଁ ଶେଷରେ ଭାଗବତର ଟୁଙ୍ଗୀ

ସମାବେଶରେ ପିଲା, ବୁଢା ଓ ଗୁଙ୍ଗି   

ସଭିଏଁ ମିଳନ୍ତି ସଭିଏଁ ଶୁଣନ୍ତି

ଅଟେ ଭିନ୍ନ ଭିନ୍ନ ତାଙ୍କ ଦୃଷ୍ଟି ଭଙ୍ଗୀ

ମାଟିରାସ୍ତାର ଅକାଳ ଚଡ଼କ

ବଞ୍ଚିବେନି ଆଉ କାଉ ଓ ବକ  

ସମସ୍ତେ ମରିବେ ଭୋଗିବେ ମରଣାନ୍ତକ

ଏହାହିଁ କଂକ୍ରିଟ ଜଙ୍ଗଲର ସନ୍ତକ|


ଚଷା ଭାଇର ବାରବାଟୀ ଚାଷ

ଆଜିନାହିଁ ଜାଇଛି ଫସରଫାସ

ତଥାପି ମନରେ ବାନ୍ଧିଛି ସାହାସ

ଦାଦନଖଟି ଯିବ ସୁରାଟ ଦେଶ

ମନରେ ଅନାବିଳ ପ୍ରେମ ଗାଁ ମାଟିର ଅଟେ ସମ୍ମ୍ମାନ

ଏହାହିଁ ନର୍କ ଏହାହିଁ ସ୍ୱର୍ଗ

ଜଣାପଡେ ଫେରି ଦୂରଦେଶୁ ଖଟି ଦାଦନ

ବାପା, ମା,ଦାଦା,ଖୁଡି ସମସ୍ତେ ବସନ୍ତି ଯୋଡିଯୋଡି 

କକେଇ,ଦେଠେଇ,ଭାଇ,ଭାଉଣୀ 

ଜଣେ ଚାଲେ ଆଉ ଜଣକୁ ଭିଡ଼ି

ଆଉ ନ ଶୁଭେ ଏ ଚଷାଭାଇର ଗୀତ 

ଉଜୁଡି ଯାଇଛି ଯାର ସୁବର୍ଣ୍ଣ କ୍ଷେତ 

ହାତକୁ ହାତ ବର୍ଷାରେ ଶିତ ବସନ୍ତ

ରାମାୟଣ, ମହାଭାରତ, ଗିତା ଓ ଭାଗବତ

ମନ୍ଦିରେ ଉଡ଼ଇ ନେତ ମର୍କଟ କେଶରୀଙ୍କ ଉତ୍ପାତ

ଆମ୍ବତୋଟା ଥିଲା ଶତଶତ

ଯାହା ଗୋଚର ଭୂମିରେ ପରିଣତ...



ଡ଼ଃ ଅମ୍ରେଶ ପଟ୍ଟନାୟକ

ବିଞ।ନ ଶିକ୍ଷକ

ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ

ପୋଲସରା,ଗଞାମ,୬୭୧୧୦୫

ଦୂରାଭାଷ--୭୮୭୩୦୨୩୦୦୫


Rate this content
Log in

Similar oriya poem from Inspirational