STORYMIRROR

DR AMRESH PATTNAIK

Inspirational

2  

DR AMRESH PATTNAIK

Inspirational

ଗାଁ ଟି ମୋର

ଗାଁ ଟି ମୋର

1 min
2.4K


ଗାଁ ଟି ମୋର

ଗାଁଟି ମୋର ସଫା ସୁତର ଅଟଇ ଅତି ଆପଣାର

ଗାଁର ଚିହ୍ନ ବର୍ଣ୍ଣ ନାହିଁ ପାଲଟିଛି ଏବେ ସହର ।।

ଗାଁର ଶୋଭା ଅଟଇ ମନଲୋଭା ଗାଁ ମୁଣ୍ଡ ବରଗଛର ଆଭା

ପିଣ୍ଡାରେ ବସି ତାସ ଖେଳ ବର ଓହଳରେ ପିଲାଂକ ଦଳ ବଢ଼ାଇ ଦିଏ ତା ଶୋଭା ।।

ଗାଁ ଶେଷରେ ଭାଗବତର ଟୁଙ୍ଗୀ ସମାବେଶରେ ପିଲା, ବୁଢା ଓ ଗୁଙ୍ଗି  

 ସଭିଏଁ ମିଳନ୍ତି ସଭିଏଁ ଶୁଣନ୍ତି ଅଟେ ଭିନ୍ନ ଭିନ୍ନ ତାଙ୍କ ଦୃଷ୍ଟିଭଙ୍ଗୀ ।।

ମାଟି ରାସ୍ତାର ଅକାଳ ଚଡକ ବଞ୍ଚିବେନି ଆଉ କାଉ ଓ ବକ  

ସମସ୍ତେ ମରିବେ ଭୋଗିବେ ମରଣାନ୍ତକ

ଏହାହିଁ କଂକ୍ରିଟ୍ ଜଙ୍ଗଲର ସନ୍ତକ ।।

ଚଷା ଭାଇର ବାରବାଟୀ ଚାଷ ଆଜି ନାହିଁ ଯାଇଛି ଫସରଫାସ୍

ତଥାପି ମନରେ ବାନ୍ଧିଛି ସାହାସ ଦାଦନ ଖଟି ଯିବ ସୁରାଟ ଦେଶ ।।

ମନରେ ଅନାବିଳ ପ୍ରେମ ଗାଁ ମାଟିର ଅଟେ ସମ୍ମାନ ଏହାହିଁ ନର୍କ ଏହାହିଁ ସ୍ଵର୍ଗ ଜଣାପଡେ ଫେରି ଦୂର ଦେଶୁ ଖଟି ଦାଦନ ।।

ବାପା, ମା’,ଦାଦା,ଖୁଡୀ ସମସ୍ତେ ବସନ୍ତି ଯୋଡିଯୋଡି କକେଇ,ଦେଠେଇ,ଭାଇ,ଭଉଣୀ ଜଣେ ଚାଲେ ଆଉ ଜଣକୁ ଭଡ଼ି ।।

ଆଉ ନ ଶୁଭେ ଏ ଚଷା ଭାଇର ଗୀତ ଉଜୁଡି ଯାଇଛି ଯା’ର ସୁବର୍ଣ୍ଣ କ୍ଷେତ

ହାତକୁ ହାତ ବର୍ଷାରେ ଶୀତ ବସନ୍ତ ରାମାୟଣ, ମହାଭାରତ, ଗୀତା ଓ ଭାଗବତ ।।

ମନ୍ଦିରେ ଉଡଇ ନେତ ମର୍କଟ କେଶରୀଙ୍କ ଉତ୍ପାତ

ଆମ୍ଵତୋଟା ଥିଲା ଶତ ଶତ ଯାହା ଗୋଚର ଭୂମିରେ ପରିଣତ।।

ଗାଁଟି ମୋର ସଫା ସୁତର ଅଟଇ ଅତି ଆପଣାର

ଗାଁର ଚିହ୍ନ ବର୍ଣ୍ଣ ନାହିଁ ପାଲଟିଛି ଏବେ ସହର ।।


ଡ଼ଃ ଅମ୍ରେଶ ପଟ୍ଟନାୟକ

ବିଞ।ନ ଶିକ୍ଷକ

ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ

ପୋଲସରା,ଗଞାମ,୬୭୧୧୦୫

ଦୂରାଭାଷ--୭୮୭୩୦୨୩୦୦୫


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational