STORYMIRROR

Suryakanta Kanungo

Inspirational Children

4  

Suryakanta Kanungo

Inspirational Children

ସ୍ମୁତି ଅଗଷ୍ଟ ପନ୍ଦର

ସ୍ମୁତି ଅଗଷ୍ଟ ପନ୍ଦର

1 min
4

କାଗଜ ପତାକା, ଗାଁଆ ବୁଲା ରାଲି, ବନ୍ଦେ ମାତରମ୍ ବୋଲ୍, 
ନୂଆ ପୋଷାକ ,ନୂଆ ଚପଲ କୁ, ଗୁଗୁଚି ପଡିଆ ଡ୍ରୀଲ୍। 
ଡିବେଟ, ପ୍ରବନ୍ଧ, ଚିତ୍ରାଙ୍କନ କୁ ଜାତୀୟ ସଂଗୀତ ବୋଲି
ପୁରସ୍କାର ମିଳେ କଲମ, ଡାଇରୀ, କପ୍, ମାନପତ୍ର ଆଉ ତାଳି। 
ସହୀଦ ,ସଂଗ୍ରାମୀ , ବରପୂତ୍ରକଂର ଜୟକାରେ ଉଡେ ଧୁଳି, 
ନିଜ ଗାଁ ଆତେ ରାଲି ପହଞ୍ଚିଲେ ଚାଲୁ ଆମେ ରାଜା ଭଳି। 
ପାଠପଢା ନାହିଁ, ଅଧାଦିନ ଛୁଟି, ସେଓ ବୁନ୍ଦି ନେଉ ଠେଲି, 
ଖାଇ ଦେଇ ତାକୁ ଆଉ ଗୋଟେ ମାଗୁ ଅମୁକ ଆସିନି ବୋଲି। 
ଅଗଷ୍ଟ ପନ୍ଦର ପିଲାଦିନ ସ୍ମୁତି କିଏ କି ପାରିବ ଉୂଲି, 
ଆଜି ଛୁଟି ଅଛି, ସୋଶିଆଲ୍ ମିଡିଆ ସ୍ଟାଟସ୍ ଦେଖୁଛି ଖାଲି।
ଗାନ୍ଧୀ ମହାତ୍ମା, ଜବାହରଲାଲ ଯାହାକୁଂ ମୁଁ ପୂଜୁଥିଲି, 
ଫେସବୁକ ରେ ଲେଖା ଆସୁଅଛି ସେମାନେ ବି ଚୋର ବୋଲି।! 




Rate this content
Log in

Similar oriya poem from Inspirational