STORYMIRROR

Suryakanta Kanungo

Inspirational Children

4  

Suryakanta Kanungo

Inspirational Children

ଘର

ଘର

1 min
33

ବ୍ରୂନ୍ଦାବତୀ ଚଉରା, ଅଗଣାର ଚୁଲି
ଚାଳଖୋସା ଦା, ଚଟୁଘୋରା ଡାଲି। 
ପିଢା ଉପରେ କଖାରୁ ପୋଈ, ଛିଣ୍ଡା ମସାରି ଜାଲି, 
ଦାଣ୍ଡ ଦୁଆରେ ଧାନ ଖଣି, ଝୋଟି ମୁରୁଜ ନାଲି। 
ପନ୍ଥେଇ ଓଷା ,ଖୁଦୁରୁକୁଣି, ରାସ ପୂର୍ଣୀମା ହୋଲି, 
ଘଣ୍ଟ ପାଟୁଆ, ଠିଆ ପାଲା, ମାଣବସା ବହି ବୋଲି। 
ଶନିମେଳା, ତ୍ରିନାଥ ମେଳା, ସତ୍ଯ ନାରାୟଣ ପାଳି, 
କୁଆଁର ପୁନେଇଁ ପାଳ ଭୂତ, ରଜ ଦୋଳି ତାସ୍ ପାଲି। 
ଧାନ ଉସୁଆଁ ଆଳୁମାତ୍ରା,ଗୋବର ଘଷି ଚୁଲି, 
ବରକୋଳି, ଆମ୍ବ ଆଚାର, ଲୁଣଗୋଳା ଜାମୁକୋଳି। 
ଭୋରରୁ ଉଠି ଧାନ ବାଡିଆ, ବେଗଂଳା ବଳଦ ବୁଲି
ବରଷା ଝଡ଼ି ରେ ତାଳର ପଖିଆ,ଶଗଡ ଆଉ ଜାଉଁଳି। 
ମନେ ଅଛି ଅଳ୍ପ ଅନେକ କଥାକୁ ଯାଇଅଛି ଆଜି ଭୂଲି, 
ଖପରା ଫୋପାଡି ପୋଖରୀ ପାଣିକୁ କେତେ ଠୁକ ଗଣୁଥିଲି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational