STORYMIRROR

Suryakanta Kanungo

Inspirational

4  

Suryakanta Kanungo

Inspirational

ଆଲୁଅ ଓ ଅନ୍ଧାର

ଆଲୁଅ ଓ ଅନ୍ଧାର

1 min
11

ଦିନେ ଈଶ୍ବର କୁଂ ପଚାରିଲି ଅନ୍ଧାର ଓ ଆଲୁଅ ର ଅସ୍ତିତ୍ବ କୁ ନେଈ ପ୍ରଶ୍ନ ଅଛି ମୋର।
 ଯଦି ସାରା ସଂସାର କୁ ଆଲୋକିତ କରୁଛି ଆଲୁଅ, କଣ ପାଇଁ  ଉପସ୍ଥିତି ଅମା ଅନ୍ଧକାର?!
 ଅଳ୍ପ ହସି ପ୍ରଭୁ ମୋର ରଖିଲେ ଉତ୍ତର , ଜାଣିଛି ମୁଁ ଆଲୁଅ ରେ ଖୋଜେମତେ ଏ ସାରା ସଂସାର,
କେତେ ମନ୍ଦିର, ମସଜିଦ, ଗୀର୍ଜା, ଗୁରୁ ଦ୍ବାର,
 କାଠର ପ୍ରତିମା ଅବା ମୂର୍ତ୍ତି ପାଷାଣର।
 ହେଲେ ଥରେ  ଆଖିବୁଜି ଅନ୍ଧାର ରେ କରୁ ଥରେ ଅନୂଭବ ମୋର। ଯେତେ ହେବ ଗାଢ ଆଉ ଗଭୀର ଅନ୍ଧାର ,ସେତିକି ସହଜ ସାନିଧ୍ୟ ଉପଲବ୍ଧି ମୋର। 

ସୂର୍ୟ୍ଯକାନ୍ତ କାନୁନଗୋ



Rate this content
Log in

Similar oriya poem from Inspirational