ବର୍ଷା ଛେଚୁଛି
ବର୍ଷା ଛେଚୁଛି
ବର୍ଷା ଛେଚୁଛି,ବିଜୁଳି କୁ କାନଫଟା ଘଡ଼ଘଡ଼ି ରଡୁଛି।
ଓଳିତଳେ ପାଣି, ପାଣିରେ ଫୋଟକା ଭାସୁଛି ଆଉ ଫାଟୁଛି।
ବର୍ଷା ଛେଚୁଛି,ଚାଳ କୁଟାରେ ମୋତି ବିନ୍ଦୁ ସତେ ଲାଗିଛି।
ଦାଣ୍ବା ବାରଣ୍ଡାରେ ଅଧାଶୁଖା ଲୁଗା, ପବନ ବାଜି କି ଶୁଖୁଛି।
ବର୍ଷା ଛେଚୁଛି, ପଖିଆ ନେଇକି ବିଲଆଡେ ଚାଷି ଧାଁଉଁଛି।
ଓଦା ଚୁଲି ଧୁଆଁ, ଚକୁଳି ପିଠାଟା ମହମହ ହେଈ ବାସୁଛି।
ବର୍ଷା ଛେଚୁଛି, ଗଡିଆରୁ ଚେଗଂ ଗଛ ଚଢା କଉ ଉଠିଛି!
ଚାରି ଆଡେ ମାଛି ମଶା, ସଂଜ ହେଲେ ମଶା ଧୁଆଁ ଲାଗୁଛି।
ବର୍ଷା ଛେଚୁଛି, ରାତି ହେଲେ ବ୍ରାହ୍ମଣି ବେଗଂ ରଡୁଛି।
କାଦୁଅ ରେ କଣନଖା, ବନ୍ଦ ନାକ ସୁଁ ସୁଁ ହେଉଛି।
ବର୍ଷା ଛେଚୁଛି, କାଲୁଆ ପବନ ରହି ରହି କରି ମାରୁଛି।
ସ୍କୁଲ ତ ଛୁଟି, ରଫ ଖାତା ଚିରି କାଗଜ ଡଙ୍ଗା ଟେ କରୁଛି।
