STORYMIRROR

Trushna Das

Abstract Inspirational Others

4  

Trushna Das

Abstract Inspirational Others

ସମୁଦ୍ର

ସମୁଦ୍ର

1 min
255

ସମୁଦ୍ର ପରି ମନ ରଖ

ହୋଇ ପାରିଲେ ତା ପରି ମହାନ

ଜୀବନେ ରହିବ ନାହିଁ ଅସୁବିଧା ଆଉ ଦୁଃଖ

ସବୁବେଳେ ସମୁଦ୍ରର ମହାନତାକୁ ମନେ ପକାଅ।।


ସମୁଦ୍ରରେ ଖେଳୁ ଥାଏ କେତେ ଲହରୀ 

ମନ ନିଏ ଚୋରି 

ନଦୀ ଓ ସମୁଦ୍ରର ମିଳନ ଲାଗଇ ସୁନ୍ଦର ଅତି

ଏହା ଯେ ପ୍ରାକୃତିକ ସୌନ୍ଦର୍ଯ୍ୟର ସମଷ୍ଟି। 


ସମଦ୍ରର ଲହରୀ 

ସୂଚାଇ ଥାଏ ବହୁ କିଛି 

ମୃଦୁ ପବନରେ ଲାଗେ ସମୁଦ୍ର ଖେଳୁଛି ଛୋଟ ପିଲା ପରି

ପୁଣି ତାର ବେଳେ ବେଳେ ଗର୍ଜନରେ ଦେହ ଯାଏ ଟାଙ୍କୁରି।। 


ସମୁଦ୍ରରେ ହୋଇଲେ ଲଘୁଚାପ 

ତାକୁ ଦେଖିଲେ ମନରେ ଆସେ ଭୟ

କେତେ ବିକଟାଳ ରୂପ ତାର

ହୋଇ ଯାଏ ଦୁନିଆ ଥର ଥର।। 


ହେଲେ ଯେତେ ଭୟଙ୍କର ଝଡ ଆସିଲେ ମଧ୍ୟ

ସମୁଦ୍ରର ଭିତର ଶାନ୍ତ

ଯେମିତି ଲାଗେ ବାହାରର ବିପଦକୁ 

ଆସିବାକୁ ନ ଦିଏ ଘର ଭିତରକୁ।। 


ସୂଚାଇ ଥାଏ ସମୁଦ୍ର 

ବାହାର ବିପଦକୁ ବାହାରେ ରଖ

ଘର ଭିତରକୁ ଆଣି ନ ଆଣ ଜୀବନେ ଝଡ଼ 

ଦୃଢ ହୋଇ ଝଡ଼ର ମୁକାବିଲା କର ।।


ସମୁଦ୍ରର ଦେଖ ମହାନତାକୁ 

ରଖେ ନାହିଁ କାହାରି ଜିନିଷକୁ 

କିଛି ବି ନେଇ ଗଲେ ନିଜ ଭିତରକୁ

ଫେରାଇ ଦିଏ ବାହାର ଦୁନିଆକୁ। 


ସୂଚାଇ ଦିଏ ସମୁଦ୍ର

କର ନାହିଁ ପର ଜିନିଷରେ ଲୋଭ

ନିଜ ସମ୍ପତ୍ତିକୁ ନେଇ ଖୁସି ହୁଅ 

ପର ସମ୍ପତ୍ତିକୁ କଲେ ଲୋଭ ପାଇବ ଖାଲି ଦୁଃଖ କଷ୍ଟ।। 


ସମୁଦ୍ରର ମହାନତାକୁ ଦେଖ

ତା ସାଥୀ ନଦୀ ତା ପାଖକୁ ଆସିଲେ ଅପରିଷ୍କାର ହୋଇ ମଧ୍ୟ

ସମୁଦ୍ର କରେ ତାକୁ ଖୁସିରେ ଗ୍ରହଣ

ପ୍ରମାଣ ଦିଏ ପବିତ୍ର ପ୍ରେମ ସମ୍ପର୍କର।।


ସୂଚାଇ ଦିଏ ସମୁଦ୍ର 

ସବୁ ପରିସ୍ଥିତିରେ ଦିଅ ସାଙ୍ଗ ପ୍ରେମର

ଛାଡ଼ିବ ନାହିଁ ହାତ ନିଜ ଜୀବନ ସାଥୀର

ପ୍ରମାଣ କରିଦିଅ ପ୍ରେମ ତୁମର ସବୁ ଦିନ ପାଇଁ ଅମର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract