STORYMIRROR

ଅନିଲ କୁମାର ଲେଙ୍କା

Inspirational

4  

ଅନିଲ କୁମାର ଲେଙ୍କା

Inspirational

ସମୁଦ୍ର

ସମୁଦ୍ର

1 min
205


ହଁ ବୁଝିଲି ସମୁଦ୍ର ଏମିତିରେ 

ଜୀବନ ପରି ବିଶାଳ, ଅସୀମ, 

ଅନନ୍ତ ତାର ଦିଗବଳୟ

ଆଉ ଆକର୍ଷଣୀୟ ତାର ଦୃଶ୍ୟ 

ତା ଗର୍ଜନରେ ଭୟ ସିନା ଲାଗେ

ସେ କିନ୍ତୁ ନିର୍ବିକଳ୍ପ,

ଅଶାନ୍ତ ହେଲେବି ପ୍ରଶାନ୍ତ,

ମହାଦାନୀ ପରି ଦାନକରେ

ଆଉ କିଛି ଦେଲେ ଫେରାଇ ଦିଏ

ବଡ ବିନମ୍ର ଭାବରେ !


ଆମେ ଗଣିଥିବା ଅସଂଖ୍ୟ 

ଢେଉ ଲହଡି ମାନେ

କୂଳ ଛୁଇଁ ଫେରି ଯାଆନ୍ତି 

ଆଉ ଖାସ୍ ଆମେ ଫିଙ୍ଗିଥିବା

ଜିନିଷ ସବୁକୁ ବିନା ଦ୍ବିଧାରେ

ସୁଧ ମୁଳ ସହ ଫେରାଇ ଦିଅନ୍ତି

ଏଇ ଯେମିତି-

ଲେମନ ଟି ର ଅଇଁଠା କପ୍,

ଝାଲ ମୁଢୀର ଠୁଙ୍ଗା,

କଟା ପଇଡର ଅବଶେଷ,

ପାନ ଗୁଟଖା ଅବା,

ଲେଜ୍, କୁରୁକୁରି 

ବିସ୍କୁଟ, ଚକଲେଟ ଜରି,

ଆହୁରି ଅନେକ !


ମୁଖା ପିନ୍ଧା ଚରିତ୍ରଙ୍କୁ

ସେ ତ ସବୁ ଦିନ ଦେଖେ

ଅସଲି ମୋତି କହି ନକଲି ବିକାଳୀ,

କାକୁଡି, ବମ୍ବେଇ ଲଡୁ ବାଲା

ଚିନା ବାଦାମ ବିକାଳି

ଅବା ଫେରି ବାଲା 

ଘୋଡା ଓଟରେ ସବାର ମଣିଷ

ଆଉ ସ୍ଥାନେ ସ୍ଥାନେ ଅସ୍ଥି କଙ୍କାଳ 

ସବୁତ ତାର ଆଶ୍ରିତ !


ସାକ୍ଷୀ ସେ ତ ଅନେକ ଦିନର 

ହଜିଲା ଅତୀତର ଲିଭିଲା ପ୍ରତିଛବି

ଆଉ କୂଳ ଛୁଇଁଯାଉଥିବା 

ଅସୁମାରୀ ଆଶା ସବୁକୁ

ନିଜ ଭିତରେ ନିଜର 

କରିବାର ଆପଣା ପଣରେ 

ଦିନ ଓ ରାତିର ପରିସୀମା ଡେଇଁ

କ୍ଷଣେ ପ୍ରତିକ୍ଷଣରେ....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational