STORYMIRROR

Samar Ballav Bhoi

Abstract Classics Inspirational

3  

Samar Ballav Bhoi

Abstract Classics Inspirational

ସମୁଦ୍ର

ସମୁଦ୍ର

1 min
230


କେହି ତ ପାରୁନି ବୁଝି

ତୁମ ବିସ୍ତିଣ୍ଣ ଶରୀରକୁ

ଯୁଗ ଯୁଗାନ୍ତରେ

ଚିତ୍ରିତ ଶରୀରକୁ ନେଇ 

ତୁମେ କେବେ ନୁହଁଇ ଗର୍ବିତ

ହେଲେ ଏ ମଣିଷଟି ପାରୁନି ବୁଝି

ତାର ସୁକ୍ଷ୍ମ ଶରୀରକୁ

ଯାହାପାଇଁ ନିତିଦିନ ହୁଏ 

ସେ ସ୍ୱାର୍ଥପର ,ଆଶକ୍ତ ଓ କ୍ଷତାକ୍ତ।।


ପ୍ରସସ୍ତ ସମୁଦ୍ରର ହୃଦୟ ବକ୍ଷରେ

ନଦୀଟିଏ ଯେମିତି ମିଶିବାକୁ ଇଛା 

ତୁମେ ତ ସେହିପରି

ତୁମ ସପନରେ ରଖିଥାଓ ଅନେକ ସଦିଛା!

କେହି ତ ପାରୁନି ଦେଖି

ତୁମ ଗଭୀର ହୃଦୟଟିକୁ

ଉଦାରତା ଭାରାକ୍ରାନ୍ତ ତୁମ ବିଶାଳ ହୃଦୟ

ହେଲେ ମଣିଷଟି ପାରନ୍ତା ଯଦି ବୁଝି

ତୁମ ହୃଦୟର ବିଶାଳତା

ହୁଏତ ସମାଜରେ ନଘଟନ୍ତା ଏ 

ଅଘଟଣ , ଅମାନବିକତା ଓ ଅମାନସିକତା।।


ବିଶାଳ ସମୁଦ୍ରର ଶରୀରେ

ଅସ୍ବଛତା ଯେମିତି ଦୁଃସ୍ବପ୍ନ ତୁମର

ତୁମେ ତ ସେହିପରି

ତୁମ ବିଶ୍ବାସରେ ଭରିଛ ଅଟଳ!

କେହି ତ ପାରେନାହିଁ ବୁଝି

କାହିକି ତୁମ ଶରୀରଟା ସ୍ବଛ

ଗର୍ଭରେ ରତ୍ନସବୁ ସାଇତିଛ ବୋଲି 

ନାମ ତୁମ ରତ୍ନାକର ପୁଣି ତୁମେ ପାରାବାର

ତୁମ ଶରୀରର ତୁଳନା ନାହିଁ ବୋଲି

ନାମ ତୁମ ପାରାବାର

ହେଲେ ମଣିଷଟି ବୁଝି ବି ଅବୁଝା

ଶିଖିବାର ଇଛାଟିଏ ରଖିଲେ

ହୁଅନ୍ତା ସମାଜର ଅନେକ ସ୍ବଛତା।।


ପ୍ରସାରିତ ଶାନ୍ତ ନୀଳ ଗଭୀର ଜଳରାଶୀ

ଅଶାନ୍ତ ଯେମିତି ତୁମ ଠାରୁ ଦୁରେ

ତୁମେ ତ ସେହିପରି

ତୁମ ସ୍ଥିର ଶରୀରରେ ତୁମେ ବିଶାଳ

କେହି ତ ପାରେନାହିଁ ବୁଝି

ତୁମ ସ୍ଥିରତାର କାରଣ

ମଣିଷଟି ପାରେନାହିଁ ବୁଝି

ତୁମ ବିଶାଳ ଶରୀରକୁ

ନାହିଁ କେବେ ଭାରାକ୍ରାନ୍ତ 

ଉଦାରତା ରେ ଭରିଛ ବିଶାଳ ଶରୀର

ମଣିଷଟି କିନ୍ତୁ୍ ସବୁବେଳେ ବ୍ୟଗ୍ର ଓ ଅସ୍ଥିର

ପାରନ୍ତା ଯଦି ବୁଝି

ତେବେ 

ସମାଜରେ ହୁଅନ୍ତୁା କେତେ ପରିବର୍ତ୍ତନ।।


କିନ୍ତୁ କେବେ କେବେ 

ତୁମ ବିସ୍ତୃତ ମସ୍ତିଷ୍କ ଟା ପାଗଳ ପରି 

ମାଡ଼ି ଆସେ ଜନବସତିର 

ଆବଦ୍ଧ କ୍ଷେତ୍ରକୁ ସୀମା ଲଘଂନ କରି

ଭୟଙ୍କର ରୂପ ଧରି 

ନିମିଷକ ମଧ୍ୟେ ସବୁ କିଛି ହୁଏ ଛାରଖାର

ମଣିଷ ତ ପାରେନାହିଁ ବୁଝି

ଏ ପାଗଳାମୀର କାରଣ 

ପ୍ରକୃତିର ରୂପ ବୈଭବ ସବୁ ନଷ୍ଟ କରି

ଡାକି ଆଣେ ତୁମ ପାଗଳାମୀକୁ

ମଣିଷ ପାରନ୍ତା ଯଦି ବୁଝି 

ତେବେ ଏପରି ଅବସ୍ଥା ହୁଅନ୍ତା ନି କେବେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract