Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

padmaja pati

Abstract

3  

padmaja pati

Abstract

ସମସ୍ୟା

ସମସ୍ୟା

1 min
217



ତିନୋଟି ଅକ୍ଷରେ ଗଢା ଯେ ଶବ୍ଦଟି

କିଏ ବା ତାକୁ ନ ଜାଣେ

ସବୁ ଜୀବଙ୍କର ପାଖରେ ପହଞ୍ଚେ

ଅକାରଣେ,ସକାରଣେ।


ନ ପାଇଲେ ପାଣି ଝାଉଁଳେ ପତର

ଦେହ ତା'ର ଯାଏ ଶୁଖି

ଭାବ ପ୍ରକାଶଇ ,ନ ପାରଇ କହି 

ଗଛଟି ହୋଇଲେ ଦୁଃଖୀ।


ଦିବାଚର ଜୀବ ପେଟକୁ ଆହାର

ଲୋଡା ପାହିଗଲେ ରାତି

ମିଳିଲେ ସନ୍ଧାନ ହୁଏ ଆନନ୍ଦିତ

ଚାଲେ ସେ ଫୁଲେଇ ଛାତି ।


ରାତ୍ରିଚର ଜୀବ ଦିନରେ ଭୋକିଲା

ଚାହିଁ ରହେ ରଜନୀକୁ

ଶୋଇ ରହିଥାଏ ଦିନରେ କେବଳ

କହିବ ଅବା କାହାକୁ?


ସୃଷ୍ଟିର ଶ୍ରେଷ୍ଠ ଜୀବ ସେହି ବୋଲି

କହେ ମଣିଷ ନିଜକୁ 

ଯେଡେ ବାଉଁଶକୁ ସେଡେ ପୋଲ କଥା

ରହିଛି କାଳ କାଳକୁ।


ଶରୀରଟି ସିନା ଦିଶେ ଏକା ପରି

କାମକୁ ନେଇ କାମନା

କିଏ ଲୋଡ଼େ ମୁଠେ ପେଟକୁ ଆହାର

ଲୋଡା କା'ର ଯଶ ବାନା।


ହାହୁତାଶେ ଡାକେ ପଡ଼ିଲେ ବିପଦ

ଉଦ୍ଧାର ପାଇବା ପାଇଁ

ଦିନ ବିତେ କା'ର ଜପି ବିଭୁ ନାମ

ସଂସାରୁ ତାରିବେ ସାଇଁ ।


ରହିଛି ରହିବ ନେଇ ନୂଆ ରୂପ

ବୋଲାଇଛି ସେ ଅନନ୍ତ 

ଧୈର୍ଯ୍ୟ ଏକା ସାହା ସବୁରି କ୍ଷେତ୍ରରେ

ସମସ୍ୟାର କାହିଁ ଅନ୍ତ?












Rate this content
Log in

Similar oriya poem from Abstract