Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Tragedy

3  

Sadananda Sahoo

Tragedy

ସ୍ମୃତିରେ ମହା ନାୟକ ବିଜୟ

ସ୍ମୃତିରେ ମହା ନାୟକ ବିଜୟ

1 min
24



ଚିତ୍ରମାଳା ଚିତ୍ର ସଚିତ୍ର ବିଜୟ 

  ରୂପେଲି ପରଦା ମିତ ,

ଅଜର ଅମର ରହିବ ଏ'ଦାନ 

  ଦୃଶ୍ୟମାନ ହେଵ ସତ ॥ 


ଭାଗ୍ୟହାତେ ଡୋରି ଦଇଵ ଦଉଡି 

   ବିଜୟର  ଉପଲବ୍ଧି ,

ରାକ୍ଷୀ ଭିଜିଯାଏ ଆଖିର ଲୁହରେ 

   ମାଣିକ ତ'ସୁନା ଭଗ୍ନୀ ॥ 


ସହରୀ ବାଘଟା କାହିଁ ଚାଲିଗଲା 

   ସୁନା ପଂଜୁରୀଟା ଖାଲି, 

ଲୁହରେ ଭିଜି'ବି ସହର ଜଳୁଛି 

   ସ୍ମୃ୍ତିକୁ ହେଉନି ଭୁଲି ॥ 


କିଏ ବା କାହାର କୁହହେ'ବିଜୟ 

   ଧରମ ଦେବତା ସାକ୍ଷି , 

ଭୀଷ୍ମ ପ୍ରତିଜ୍ଞାର ହେ'ମହାନାୟକ 

   ସ୍ଵପ୍ନ ସାଗର'ରେ ଦୁଃଖି ॥ 


ଲକ୍ଷ୍ମଣ ରେଖାକୁ ମାନି ଚଳିବାକୁ 

    କିଏ ଦେବ ଉପଦେଶ , 

ସାବିତ୍ରୀ ଝୁରିବ ବାହୁନି କାନ୍ଦିବ 

    ଲିଭିଗଲା ସବୁ ହସ ॥


ଜୀବନ ସାଥୀକୁ ଲକ୍ଷ୍ମୀ ପ୍ରତିମାକୁ 

   ଏକାକରି ଦେଇ ଗଲ , 

ଛାତିରେ ଲେଖିଛି ନାଁଆ ତୋହର'ରେ 

   ବଞ୍ଚି ଥାଉ ମାରି ଦେଲ ॥ 


ସାକ୍ଷୀ ରହିବ ଏ'ସିଂହ ଦୁଆର'ରେ 

   ଶାସ୍ତି ଦେଇଗଲ ମୋତେ , 

କିଏ ଭାଙ୍ଗି ଦେଲା ସୁନାସଂସାର' ରେ 

    ଲୁହମୁଁ' ଢାଳୁଚି କେତେ ॥ 


 ମୋଅ ମନ ଖାଲି ତୋହରି ପାଇଁରେ 

   ଝୁରିହୁଏ  ଦିନରାତି , 

ମେଘ ସବାରୀ'ରେ ଆସିବକି ଫେରି 

   ସାଇତି ରଖିଛି ସ୍ମୃ୍ତି ॥ 


ମିତ ବସିଲୁ ତୁ' ଭୂତ ସାଥିରେ'ରେ 

   ମଥା ମୋ'ର ଯାଏ ଘୁରି , 

ଭାବିଦେଲ ଛାତି ହଉଛି କୋରି'ରେ 

    ଝୁରିଝୁରି  ଯିବି ମରି ॥ 


 ଦଣ୍ଡା ବାଳୁଙ୍ଗାଟା କରିନି ଅବଜ୍ଞା 

    ମହା ସଂଗ୍ରାମର ସାଥୀ , 

ପ୍ରତିଶୋଧ ମିତ ନୁହେଁ ଅପରାଧ 

    ବିଜୟ ଅକ୍ଷୟ କୀର୍ତ୍ତି ॥ 


ଜାଗା ହାତେ ପଘା ଅବେଳେ ଛିଣ୍ଡିଲା 

    ହଜିଲା ଆଖିର ତାରା , 

ତୋଅ ବାଟକୁ ମୁଁ ରହିଛି ଚାହିଁରେ 

    ସୁନାପୁଅ ଧନ ପରା ॥ 


ତୁ'ରାମ ଲକ୍ଷ୍ମଣ ବାବୁ ପର୍ଶୁରାମ 

   ପ୍ରେମର ମହାର୍ଘ୍ଯ ସ୍ମୃ୍ତି , 

ପୁଅ ପରା ମୋର କଳାଠାକୁର ଲୋ 

   ମାଆ ଲୁହ ଦେବ ପୋଛି ॥ 


ସୁନା ଚଢେଇଟା ଆଜି ଉଡ଼ିଗଲା 

    ସୁନା ଭାଉଜକୁ ଛାଡି , 

ଜନ୍ମଦାତ୍ରୀ ଖୋଜେ ଆଖି ଲୁହ ପୋଛେ 

    ଫେରିଆ କଳା କହ୍ନେଇ , ॥ 


ପୁଅ ପରା ମୋର ଜଗତ ଜିତାଲୋ 

    ମୁରୁଛି ପାରିବି ନାଇଁ , 

 ମୋଅ କୋଳ ପରା ତୋଅ ଝୁଲଣାରେ 

   କାହିଁକି ଗଲୁ ଉଭେଇ ॥ 


ସାକ୍ଷି ରହିଥିଲା ମୋ' ଶଙ୍ଖା ସିନ୍ଦୁର 

   କାହିଁ ପାଇଁ ଅସ୍ତରାଗ , 

କଥା ରହିଗଲା କାଳକାଳକୁ'ରେ 

  ମୋ'ଭାଗ୍ଯେ ବିଧବା ଯୋଗ ॥ 


ଚିଲିକାତୀର'ରେ ମୁଁ'ଯେ ପ୍ରତୀକ୍ଷାରେ 

    ସ୍ମୃ୍ତିକୁ ସାଉଁଟି ଧରି , 

ତପସ୍ୟା କରିବା ଆମେ ଦୁଇ ଆତ୍ମା 

    ନାଗଫାଶ ହସ୍ତେ ଧରି ॥ 


ଠାକୁର ଅଛନ୍ତି ଚଉ ବାହାକୁ' ଲୋ 

   ଏ'କଥା ବିଜୟ ଗାଥା , 

ହେ'ଅମ୍ଲାନ ପ୍ରତିଭା ମହା ଅଭିନେତା 

   ନଇଁ ଯାଏ ଆପେ ମଥା ॥ 


ଅମର ଆତ୍ମାର ହେଉ ପୁନର୍ଜନ୍ମ 

    ଜଗତ କଲ୍ୟାଣ ପ୍ରଭୁ , 

ପୁଣି ଆଉ ଥରେ ଉତ୍କଳୀନି କୋଳେ 

   ବିଜୟର ଧ୍ୱନି ଶୁଭୁ ॥ 



Rate this content
Log in

Similar oriya poem from Tragedy