ସ୍ମୃତିର କୁସୁମ
ସ୍ମୃତିର କୁସୁମ
ଲିଭି ଗଲା ସତେ ଉତ୍କଳ ନଭରୁ
ଉଜ୍ଜଳ ତାରକା ଜ୍ୟୋତି
ଓଡ଼ିଆ ସାହିତ୍ୟ ପୃଷ୍ଠାରେ ଯେସନେ
ଆଚ୍ଛାଦିତ ତମ ରାତି ।
ମନୋଜ ଦାସଙ୍କ ଅକାଳ ବିୟୋଗ
ଶୁଣି ହୃଦ ମର୍ମାହତ
ଆଉ କି ପାଇବୁ ଏପରି ସ୍ରଷ୍ଟାଙ୍କୁ
ଏହା ତ ହେବ କଳ୍ପିତ ।
କେତେ ଉପନ୍ୟାସ କେତେ କେତେ ଗଳ୍ପ
ତାଙ୍କର ଯେ ଅବଦାନ
ଡକ୍ଟରେଟ ପରି ଉଚ୍ଚ ଉପାଧିରେ
କଲେ ସେ ଶିର ମଣ୍ଡନ ।
ଓଡ଼ିଶା ମାଟିର ଗର୍ବ ଗୌରବ
ହସ୍ତରେ ପଦ୍ମ ଭୂଷଣ
ଉଜ୍ଜୀବିତ ରହି କେତେ କବି ପ୍ରାଣେ
ଛାଡିଲେ ଅଲିଭା ଚିହ୍ନ ।
ଶୋକାତୁର ମନ ଅଶ୍ରୁଳ ନୟନ
ଭାଷା ଆଜି ସ୍ଫୁରେ ନାହିଁ
ମ୍ରିୟମାଣ ହୃଦେ ପୁଷ୍ପାଞ୍ଜଳି ତୋଳେ
କୁସୁମିତ ପଥ ପାଇଁ ।
କବି ରାଇଜରେ ସମ୍ମାନିତ ହୋଇ
ରହିବ ତାରକା ପରି
ଯୁଗ ଅନ୍ତ ଯାଏ ତୁମେ ରହି ଥାଅ
ଜନ ଗଣ ପ୍ରାଣ ଧରି ।
ଏହି ଦେହ ଯାଉ ଶ୍ମଶାନ ମାଟିକୁ
ଦେଉ ଥାଅ ଆଶୀର୍ବାଦ
ଜଗତ ହିତରେ ଲାଗୁ ଏ ଜୀବନ
ଅବାଟେ ନପଡୁ ପାଦ ।