STORYMIRROR

Tapan Dixit

Abstract Inspirational

2  

Tapan Dixit

Abstract Inspirational

ସ୍ମୃତି

ସ୍ମୃତି

1 min
13.5K


ବହୁତ ପଛରେ ଛାଡ଼ିଦେଇ ଆସିଥିବା ଅତୀତର ସେଇ ସ୍ମୃତି ଜୁଡୁବୁଡୁ 

କେତେଗୋଟି ସୋପାନ ,

ମନେ ପଡିଗଲେ ଛଳଛଳ ଆନନ୍ଦାଶ୍ରୁରେ ଭିଜି ଯାଏ 

ଏଇ ଦୁଇ ଅବୁଝା ନୟନ …,

କେବେ କାହା ମନ୍ତବ୍ୟରେ ମନଟା ବତୁରି ଯାଏ 

ଆଉ କେବେ କାହା ମନ୍ତବ୍ୟରେ ଖୁସିଟା ଉତୁରି ପଡେ

କେବେ ଅବା ଅତୀତର ଓଦା ଓଦା ସ୍ମୃତି

ସବୁ ସପନ ସାନିଧ୍ୟ ଲୋଡ଼େ II

ସପ୍ରେମ ନମସ୍କାର... 

ମନେ ପଡେ ସେଇ ଗାଁ ଆମ୍ବ ତୋଟା କୋଇଲିର କୁହୁତାନ 

ବଉଳ ମହକ ଚୋରା ଚଇତାଳି ଗାଈର ସେ ହମ୍ବା ସ୍ୱନ, 

ବୁଦା ବୁଦା ସାଦା ସାଦା କାଶତଣ୍ଡୀ ନଈ ପଠା ବାଲି କୁଦ

ସଞ୍ଜ ବେଳ ଖେଳ ଖୋଲା ଆକାଶର ସଞ୍ଜୁଆ ଭସା ବଉଦ,

ସ୍ମୃତି ପଡି ଅଛି ବାସ୍ତବ ହଜିଛି ଅତୀତର ସେଇ ପଥେ 

ବୟସ ନେଇଛି ଆୟୁଷ ଭସାଇ ସମୟ ସୁଅର ସାଥେ ,

କେତେ ଯେ ମଦିର କେତେ ଯେ ମଧୁର କିଏ ବା ପାରିବ ଭୁଲି ?

ସୁନେଲି ସ୍ମୃତିର ଅଭୁଲା ଅତୀତ ଯିଏ ଯାଇ ଅଛି ଚାଲି ..।

ତପନ ଦୀକ୍ଷିତ(ବେଳାଭୂମି)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract