ସ୍ମୃତି
ସ୍ମୃତି
ଶ୍ରାବଣୀ ଗୋ ତୁମେ ଅବିରକ୍ତ ବାରି
ଧରା ପୃଷ୍ଠେ ଦିଅ ବର୍ଷି
ତୁମ ଆଗମନେ ପ୍ରିୟା ପ୍ରେମ ସ୍ମୃତି
ମୋ ମନେ ଯାଏ ଝଲସୀ ।
ଭିଜିଥିଲି ଦିନେ ନିରୋଳା ପଥରେ
ସାଥେ ଥିଲା ମୋର ପ୍ରିୟା
ମିଠା ଲାଗୁଥିଲା ନରମ ପାଗରେ
ପ୍ରିୟାର ଗରମ ଛୁଆଁ ।
ଧଳାରଙ୍ଗୀ ଶାଢ଼ୀ ପ୍ରିୟାର ଦେହକୁ
ଯେତେ ଜୋରେ ଭିଜୁଥିଲା
ହୃଦୟ କନ୍ଦରେ କାମନାର ବହ୍ନି
ସେତେ ଯେ କୁହୁଳୁ ଥିଲା ।
ଇଚ୍ଛା ହେଉଥିଲା ନିତି ପରିସୀମା
ଭୁଲି ଯାଆନ୍ତିକି ଥରେ
ଦୁଇ ତନୁ ମନ ଏକ ହୋଇଯାଇ
ହଜିବାକୁ ପ୍ରଣୟରେ ।
ବିବେକ ମୋହର ବ୍ରେତାଘାତ କଲା
ମନକୁ କଲି ଆୟତ୍ତ
ମିଳନ ହେବନି ବିବାହ ପୂର୍ବରୁ
ସେକ୍ଷଣି ନେଲି ଶପଥ ।
