Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyabrata Mohanty

Abstract Drama

3  

Priyabrata Mohanty

Abstract Drama

ସ୍ମୃତି

ସ୍ମୃତି

1 min
308


ସେ ଅନୁଭୂତି    କାଳର କୀର୍ତି

      ହୃଦୟରେ ତାର ସ୍ଥିତି,

ଆଜିର କୃତି    କାଲିର ସ୍ମୃତି

      ମନରେ ହୁଏ ଆବୃତି ।।


ଶବ୍ଦ ବିହୀନ    ଆକାର ହୀନ

      ରହେ ମାନସ ପଟଳେ,

ନଥାଏ ସ୍ଥାନ    ନମାନେ ଜନ

      ଆସିଯାଏ କେତେବେଳେ ।।


ସୁଖ ଦୁଃଖରେ    ଥାଏ ସାଥିରେ

      ମନକୁ କରେ ଆୟତ,

ସ୍ମୃତିର ଧାରେ    ବହିଲେ ଥରେ

      ହୋଇ ଯିବୁରେ ଆହତ ।।


କେବେ ଜଖମ    କେବେ ମଲମ

      ନ ଥାଏ ତାର ଠିକଣା,

କେବେ ନରମ    କେବେ ଗରମ

      କରିଦିଏ ବୁଦ୍ଧି ବଣା ।।


କେବେ ସେ ଶାନ୍ତ    ପ୍ରେରଣା ସ୍ରୋତ

      ଦେଖାଏ ମୃଦୁ ସପନ,

କେବେ ଉତ୍ତପ୍ତ    ଜ୍ୱାଳା ଗ୍ରସ୍ତ

      କରାଏ ରକ୍ତ ରୋଦନ ।।


ଅକୁହା କଥା    ମନର ବ୍ୟଥା

      ଭରିଦିଏ ସେ ଯନ୍ତ୍ରଣା,

କାଟଇ ମଥା    ଜଳାଏ ଚିତା

      ଵିନାଶର ସେ ମନ୍ତ୍ରଣା ।।


ସ୍ମୃତିର ବଳେ    ଅଶୁଭ ଟଳେ,

      ଯୁଦ୍ଧର ନ ଥାଏ ଭୟ,

ବିପଦ ବେଳେ    ଆଲୋକ ଜଳେ,

      ଜ୍ଞାନର ହୁଏ ଉଦୟ ।।



Rate this content
Log in

Similar oriya poem from Abstract