ସ୍ମୃତି
ସ୍ମୃତି
ସ୍ମୃତି ତୁମେ ,
ଛାତି ଚାଳି ଗଲ
ବୀରତ୍ୱ , ଗୈାରବ,
ମହିମା ସନ୍ତକ ରାଜି
ଇତିହାସ କହେ
ମୋର ପୃଷ୍ଠେ ଆହାଃ
ଅଛଈ ଦେଦୀପ୍ୟ ସ୍ମୃତି ।।
ସ୍ମୃତି ତୁମେ ,
ଛାଡି ଚାଲି ଗଲ
ସ୍ଵାଧୀନତା ଯୁଦ୍ଧେ
ଶୋଣିତ ସରିତା ଝର
ଭାସି ଗଲ କେତେ
ସଦ୍ୟ ଏ ଜୀବନେ
ଫାସି ଖୁଣ୍ଟ କାରାଗାର ।।
ସ୍ମୃତି ତୁମେ ,
ଛାଡି ଚାଲି ଗଲ
ପୁରୁବ ଗାଥାରେ
ସେ ଦିନର କର୍ମପଟେ
ବଧୂ ଶିରୁ ଟୋପେ
ନିଭିଲା ସଧିରେ
ନାରିତ୍ୱ ସିନ୍ଦୂର ମଥେ ।।
ସ୍ମୃତି ତୁମେ ,
ଛାଡି ଚାଲି ଗଲ
ଅଶ୍ରୃଳ କରୁଣ
ଫର୍ବ୍ଦ ଫର୍ବ୍ଦ ଦୃ ଶ୍ୟ ସହ
ମାଆ କୋଳୁ ପୁଅ
ଟଳିଳା ସଂଗ୍ରାମେ
ସାକ୍ଷୀ ରୂପେ ଅହରହ ।।
ସ୍ମୃତି ତୁମେ ,
ଛାଡି ଚାଲି ଗଲ
ଦେଇ ସ୍ଵାଧୀନତା
ଆପଣାର ବଳୀୟାନ
ପ୍ରତିଟି ମନେ
ଅଛ ହେ ମନୀଷେ
ସ୍ମୃତି ରୂପରେ ମହାନ ।।