STORYMIRROR

Prashanta Padhan

Romance

4  

Prashanta Padhan

Romance

ସ୍ମୃତି ତୁମେ ଜହ୍ନରାତି

ସ୍ମୃତି ତୁମେ ଜହ୍ନରାତି

1 min
275

ଜୀବନ ବହିର ଯୌବନ ପୃଷ୍ଠାରେ

ପ୍ରେମ  କଲମର  ଧାରେ

ଆଙ୍କି ଦେଇଥିଲି  ପ୍ରତିଛବି ତୁମ

ଅଜାଣତେ କେବେ ଥରେ ।।

ପ୍ରଥମ  ପ୍ରେମର ଲକ୍ଷଣ ଗୁଡିକ

ହୋଇଥିଲା  ପ୍ରକଟିତ

ନିଦ ହଜିଥିଲା ନିଶାର୍ଦ୍ଧ ବେଳାରେ

ଶୁଣିଲି ପ୍ରେମ ସଙ୍ଗୀତ  ।।

ଆଖିରେ ଆଖିରେ ହୋଇଥିଲା ପ୍ରେମ

ଆଜି ବି ଲାଗେ ଜୀବନ୍ତ

ଆଖିର କଥାକୁ  ଓଠ କହିଦେଇ

ହୋଇଥିଲା ଭୟଭୀତ  ।।

ଈଶାରାରେ ତୁମେ ପ୍ରତ୍ୟୁତ୍ତର ଦେଲ

ଆରମ୍ଭ ହୋଇଲା ପ୍ରେମ

ସବୁଠୁ ନିଆରା  ଅନୁଭୂତି ଥିଲା

ଆଙ୍କିଲ ଯେବେ ଚୁମ୍ବନ ।।

ପ୍ରେମ ନଅରରେ ଫୁଟିଲା ଶେଫାଳି

ବିହଙ୍ଗ ସାଜିଲେ ଆମେ

ଝରି  ପଡୁଥିଲା  ମଧୁର ମୂର୍ଚ୍ଛନା

କୋଇଲିର  କୁହୁତାନେ ।।

ପ୍ରେମରେ ଆମର ଲାଗିଲା ନଜର

ବାଧାଦେଲା  ପରିସ୍ଥିତି

ପୂର୍ଣ୍ଣମୀ ଇନ୍ଦୁଟା ବାଦଲରେ ଲୁଚି

ସାଜିଲା ଉଆଁସ ରାତି  ।।

ତୁମେ ହୋଇଗଲ ଆଉକାହା ବଧୂ

ସିନ୍ଦୂର ମୁଁ ଆଉକାର

ଅଲଗା ହେବାଟା ଲେଖାଥିଲା ବୋଧେ

ଖେଳ ଇଏ ବିଧାତାର  ।।

ବିତି ତ  ଯାଇଛି ଅନେକ ମୁହୂର୍ତ୍ତ

ସ୍ମୃତି ଏବେ ଇତିହାସ

ଋତୁ ପରି ସବୁ  ବଦଳି  ଯାଇଛି

ନାହିଁ ଆଉ ସେ ବୟସ  ।।

ହୃଦୟ କୋଣରେ ଆଜିବି ରହିଛ

ସାଜିଛ ପ୍ରେରଣା ଉତ୍ସ

ମରୁଭୂମି ଦେହେ ଜଳବିନ୍ଦୁ ପରି

ମେଣ୍ଟାଇ ଦେଉଛ ଶୋଷ ।।

ଢାଙ୍କିହେଲେ କେବେ ଏ ମନ ଆକାଶେ

କଳା ବାଦଲର ଛାଇ

ତୁମ ସ୍ମୃତି ସାଜେ ନିର୍ମଳ ଗଗନ

ଇନ୍ଦ୍ରଧନୁ ଆଙ୍କିଦେଇ   ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance