STORYMIRROR

Goutam Mohanty

Abstract

2  

Goutam Mohanty

Abstract

ସ୍ମୃତି ଋତୁ

ସ୍ମୃତି ଋତୁ

1 min
243

ଆସନ୍ନ ସନ୍ଧ୍ୟା

ଯାହାକୁ ମୁଁ

ତୁମରି ସ୍ମୃତିର ୠତୁ

ବୋଲି ଭାବିଥାଏ

ଦୁଇ କପ ଅଦା'ଚା ହାତରେ

ସ୍ମୃତିପ୍ରବଣ ଖୁବ ତୁମମନସ୍କ

ସାନ୍ଧ୍ୟକିରଣ ମୋତେ ଛୁଏଁ

ତୁମେ ଆସନାହିଁ ସବୁଥର ପରି

ଲାଗେ ତୁମଲାଗି ଉଦ୍ଦିଷ୍ଟ ଚା'କପ

ପ୍ରତ୍ୟହ ଏଇ ସ୍ମୃତିଋତୁରେ

ଫିଙ୍ଗା ହେବାକୁ ତିଆରି ହୁଏ

ଏକଲା ଜୀବନ ଜୀଇଁବାକୁ ହୁଏ

ଆଖିରୁ ଲୁହ ଖସେ ଟୋପାଏ

ସେ ଟୋପାଏ ଲୁହ ମୋ ଚା'କୁ ଛୁଏଁ

ଟକମକ ହୋଇ ଚା ଫୁଟେ

ମୋ ସଙ୍ଗେ ସୁଖଦୁଃଖର କଥା କହେ

ମୁଁ ଅନୁଭବ କରେ ଏମିତି

ତୁମେ ବୋଧେ ମୋ ଭିତରେ

ସଞ୍ଚରିଯାଇ ଲୁହ ଟିଏ ହୋଇ

ମୋ ସ୍ମୃତିଋତୁରେ ଗପାଗପି ହେବାକୁ

ମୋ ଚା'କପ ରେ ମିଶିଯାଇଛ

ମୁଁ ସେଇ ଚା'କୁ ସଡ଼ସଡ଼ କରି

ଖୁବ ଆଶ୍ଲେଷରେ ଖାଲି ପିଏନାହିଁ

ବରଂ ଯେମିତି ତୁମକୁ କରିନିଏ ଆତ୍ମସ୍ଥ ,

ସଞ୍ଜ ବୁଡ଼େ ମୁଁ ଚଟାପଟ ଫେରେ ସେଠୁ

କାଳେ ତୁମେ ଅନ୍ଧାରରେ ପୂର୍ବଭଳି

ବାଟବଣା ହୋଇ ମୋ ଠୁଁ ଚାଲିଯିବ

ତୁମକୁ ଫେରାଇ ନେବାକୁ ଅପଚେଷ୍ଟାରେ

ମୋତେ ଏଠୁ ଯିବାକୁ ସଅଳ ହେବ 

ମୁଁ ଜାଣିଛି ତୁମେ ଏଇଠିକେଉଁଠି ରହୁଛ

                


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract