Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Tragedy

3  

Jayashree Maharana

Tragedy

ସ୍ମୃତି ଜାଳୁଅଛି ଆଜି

ସ୍ମୃତି ଜାଳୁଅଛି ଆଜି

1 min
230



କାହିଁକି ଚନ୍ଦ୍ରମା କଳଙ୍କ କାଳିମା

ଦେହରେ ସାଇତି ରଖି

ରାତ୍ରିର କୋଳରେ ପ୍ରୀତି ପ୍ରଣୟର

ସାଜୁଛୁ ତୁ ମୁକ ସାକ୍ଷୀ ।


ଶାନ୍ତ ସ୍ନିଗ୍ଧ ଜ୍ୟୋତ୍ସା କରେ ଆନମନା

ତନୁ ଭରେ ଶିହରଣ

ସାଥି ପାଶେ ବସି ଅଳ୍ପ ଅଳ୍ପ ହସି

କରୁଥିଲି ଅଭିମାନ ।


ହାତ ଠାରି ଡାକି ମୁହେଁ ଲାଜ ମାଖି

କିଣିନେଲୁ ହୃଦୟକୁ

ଲଙ୍ଘିଗଲି ସୀମା ଭାଳିନାହିଁ ଜମା

ସମାଜର ବନ୍ଧନକୁ ।


ହଜିଲା ସେ ଦିନ ଝୁରେ ନିତି ମନ

ହାରିଗଲି ପ୍ରେମ ବାଜି

ଭୁଲିଗଲା ସାଥି ମିଳନର ଗୀତି

ସ୍ମୃତି ଜାଳୁଅଛି ଆଜି ।


ନେତ୍ରେ ଅଶ୍ରୁଧାର ଏକାନ୍ତ ନିଜର

ଭଙ୍ଗା ସପନକୁ ସ୍ମରି

 ବ୍ୟଥାର ସହରେ ବଞ୍ଚିଛି ମିଛରେ

କଳଙ୍କର ରଙ୍ଗ ଭରି ।


ଅତୀତ ହସୁଛି ଅଧୁନା କାନ୍ଦୁଛି

ତୁ ବସିଛୁ ନୀରବରେ

ସାକ୍ଷୀ ବୋଲି ତୁହି ମନୁ ଭୁଲିନାହିଁ

ଚାହିଁଅଛି ନିର୍ଲିପ୍ତରେ ।


ମୋର ମନ ବ୍ୟଥା ଅକୁହା ସେ କଥା

ପାରୁଛୁକି ହୃଦେ ସହି

ପଚାରିବୁ ପ୍ରଶ୍ନ ପ୍ରିୟକୁ ଲୋ ଜହ୍ନ

ପ୍ରତାରଣା କଲା କାହିଁ ?


Rate this content
Log in

Similar oriya poem from Tragedy