ସ୍ମୃତି ଏକ ରୂପା ଜହ୍ନ
ସ୍ମୃତି ଏକ ରୂପା ଜହ୍ନ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଯାଇଥିଲୁ ଦିନେ ବୁଲିବାକୁ
ଶ୍ରୀକ୍ଷେତ୍ର ଧାମ ପୁରୀ,
ବସ୍ ଭିତରେ ନାଚ, ଗୀତ ସଙ୍ଗେ
ମଜା ମଜଲିଶ୍ ଯାଇଥିଲା ଭରି ।
ଶ୍ରୀମନ୍ଦିରରେ ପହଞ୍ଚି
କଲୁ ଜଗା ଦର୍ଶନ ,
ବାଇଶି ପାହାଚେ ପାଦ ରଖୁ ରଖୁ
ମନେ ଭରି ଗଲା ଭକ୍ତି ଅମାପ ।
ଗରୁଡ଼ ସ୍ତମ୍ଭ ରୁ ପତିତପାବନ
ଆହା କି ମନଲୋଭା,
ଚର୍ତୁ ଦିଗର ପରିବେଶ ମନ କିଣେ
ରତ୍ନ ସିଂହାସନେ ଚକାଡୋଳା ।
ସକାଳ ଆରତୀ ଦେଖି
ମନ ହେଲା ପ୍ରସନ୍ନ,
ପରିବାରର ସବୁ ସାଙ୍ଗ ହେଇ
କରିଲୁ ଜଗା ଦର୍ଶନ ।
ତହିଁ ବାହାରିଲୁ
ଜେଜେଙ୍କ କଥା ମାନି ,
ମନ ହେଲା ପ୍ରସନ୍ନ
ଲୋକନାଥ ମନ୍ଦିର ର ଶୋଭା ଦେଖି ।
ମନ ମୋହିନେଲା ସମୁଦ୍ରର ଢେଉ
ବେଳାଭୂମିରେ ସୁସଜ୍ଜିତ ଓଟ,
କେତେ ଖୁସି, ଗପ କରି
ଉଠେଇଲୁ ମିଶି ଫଟୋ ।
ଭୋଜିର ଆସର ଜମିଗଲା
ରାମଚଣ୍ଡୀ ଝାଉଁ ବଣେ,
ସ୍ମୃତି ସବୁ ସାଉଁଟି ନେଲୁ
ଯାହା ଆଜି ବି ରହିଛି ମନେ ।
କୋଣାର୍କର କୀର୍ତ୍ତି ଦେଖି
ମନ ହେଲା ଆଚମ୍ବିତ,
ବାରଶହ ବଢେଇ ଙ୍କ ଜୀବନ ରଖି
ଆଜି ବି ଅମର ବୀର ଧର୍ମପଦ ।
ଜୀବନ ବହିର ପ୍ରତ୍ୟେକ ପୃଷ୍ଠାରେ
ସାଇତି ରହିଛି ଏଇ ଦିନ,
ପରିବାର ସହ ସେ ଖୁସିର ମାହୋଲ
ସତେ ସ୍ମୃତି ଏକ ରୂପା ଜହ୍ନ । ।