STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ସ୍ମୃତି ଅନୁଭୂତି

ସ୍ମୃତି ଅନୁଭୂତି

1 min
138

 କିଛି ଫୁଲ ଶୁଖିଗଲା 

ଛାଡ଼ି ତାର ଅଭୁଲା ସୁବାସ,

ସେ ଫୁଲକୁ ସାଇତିଲି ଡାଏରୀ ପୃଷ୍ଠାରେ

କାଲି ଯଦି କେବେ ଘୋଟି ଆସେ ଲୁହ

ଶୁଖିଲା ତା ପାଖୁଡ଼ାରୁ ଛାଣି ନେବି ଚେନାଏ ଉଶ୍ୱାସ। 


କିଛି କଣ୍ଟା ଫୁଟିଗଲା

ଛାଡ଼ି ତାର ଗାଢ଼ କ୍ଷତ ଚିହ୍ନ

ସେ କଣ୍ଟାକୁ ଫିଙ୍ଗିଦେଲି ପଥଠାରୁ ଦୂରେ

କାଲି ଯଦି ମଥା କେବେ ବାଜେ ଆକାଶରେ

ସେଇ ପାଦ ତଳ କ୍ଷତ ମୋତେ କରାଇବ ମାଟିର ସ୍ମରଣ। 


କିଛି ଚିଠି ଛୁଇଁଗଲା

ମନର ସେ ସ୍ପନ୍ଦିତ ସହର

ସେ ଚିଠିକୁ ଲୁଚାଇଲି ଏକ ଗୁପ୍ତ ଠିକଣାରେ

କାଲି ଯଦି ଦାଗ ପଡ଼େ ମନ ଘରେ କଥାରେ ବ୍ୟଥାରେ

ସେ ଅକ୍ଷରର ଆଶ୍ଵାସନାରେ ହାରିଯିବ ଆକାଟ୍ୟ ଜହର। 


କିଛି ସ୍ମୃତି ରହିଗଲା

ଜୀବନର ଅମୃତ୍ୟୁ ମନ୍ଦିରେ

ସେ ସ୍ମୃତିକୁ ପୂଜେ ମୁଁ ଶ୍ରଦ୍ଧା ଭରି ଅକ୍ଷୁର୍ଣ୍ଣ ଚିତ୍ତରେ

କାଲି ଯଦି ମାଡ଼ିଆସେ କେଉଁ ଅଚିହ୍ନା ତୋଫାନ

ମୋ ଭାଗର ଅନୁଭୂତି ପଢ଼ିନେବି ତା ଶିଳାଲେଖରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract