Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amit Bal

Abstract Romance

4.5  

Amit Bal

Abstract Romance

ସ୍ମୃତି (୨୩): ଅନେକ ରାତିର କଥା

ସ୍ମୃତି (୨୩): ଅନେକ ରାତିର କଥା

1 min
150


ଚୁମ୍ବନରେ ତା'ର ଭିଜା ଭିଜା ମୋହ

ମନେପଡେ ରାତିର ଉଷୁମ କୋଳରେ

ଅନେକ ନିଶିର ହଜିଲା ସ୍ମୃତି ସେ

ଜଡେଇ ହୋଇ ରହିଛି ଏ ଛାତିରେ ।


ସପନ କେତେ ରହି ଅଛି ଲାଖି

ପିରତି ଶ୍ରାବଣ ଧାରା ନେଇ ଏ ଆଖିରେ

ହଜିଯାଏ ଦିନ ମାର୍ମିକ ଅନୁଭବେ

ଅଜ୍ଞାତ ଅଶ୍ରୁର ନିବିଡ ଆବେଗରେ ।


ଅନବଦ୍ଯ ମୁହୂର୍ତ୍ତର ବଳୟ ସେ

ଅସରା ଆଶାର ଝଙ୍କାରେ ନୂପୁର

ଆଜି ବି ସ୍ପନ୍ଦନକୁ ଅଭିଭୂତ କରେ

ମିଠା ମିଠା ତା କୋଇଲିର ସ୍ବର ।


ଆଣ୍ଟକରି ରଖିଛି ମୁଁ ତା ସ୍ମୃତିକୁ

କେଜାଣି କାହିଁକି ମୋ ଉଦାସ ମନରେ

ହୃଦୟର ଝରକା ଖୋଲି ଚାଲି ଯାଉନି ସେ

କେଉଁ ଦୂର ଦୂରାନ୍ତକୁ ଚୁପଚାପ୍ ଦିନେ ନିରୋଳାରେ ।



Rate this content
Log in