STORYMIRROR

Aishwarya Mishra

Tragedy

3  

Aishwarya Mishra

Tragedy

ସମର୍ପିତା

ସମର୍ପିତା

1 min
162

ଅବ୍ୟକ୍ତ ଦୁଃଖର ପରିସୀମା ,

ନାହିଁ ତା'ର କିଛି ବି ପରିମାପ

ଉନ୍ମୁକ୍ତ ସେ ହୃଦୟରୁ ହୃଦୟ ପର୍ଯ୍ୟନ୍ତ

ମିଛ ହସ ଧାରେ ନୁହେଁ ସେ ଆବଦ୍ଧ

କ୍ଷତାକ୍ତ ହୃଦୟ କୋଳେ ଅଟେ ଅବରୁଦ୍ଧ

ସେହି ଦୁଃଖର ବହ୍ନିରେ ,

ନିତି ନିତି ଜଳେ ମୁଁ 

ପ୍ରତିଥର ନିଜକୁ ଜଳାଇ

ସେ ଆଲୋକରେ ତୁମକୁ ଖୋଜେ ମୁଁ ,

ଜଳି ଜଳି ଲିଭିଯାଏ ମୋ ଜୀବନ ସଳିତା

ତଥାପି ମୁଁ ତୁମର, ତୁମ ପାଶେ ସମର୍ପିତା ,,,


ଅମାବାସ୍ୟାର ଘନ ଅନ୍ଧାର ,

ନାହିଁ ତା'ରେ ଜହ୍ନର ଜୋଛନା

ପରିବ୍ୟାପ୍ତ ସେ ଯୋଜନ ଯୋଜନ ପର୍ଯ୍ୟନ୍ତ 

ନିଷ୍ଠୁର ବକ୍ଷରେ ଧରି କଳଙ୍କ କାଳିମା

ସେହି ଅନ୍ଧାର ସହରେ, ନିତି ନିତି ହଜେ ମୁଁ 

ପ୍ରତି ଥର ନିଜକୁ ହଜାଇ

ଅତି ଯତନରେ ତୁମକୁ ଖୋଜେ ମୁଁ ,

ତଥାପି ତୁମକୁ ନ ପାଇ

ଭରିଯାଏ ମୋ ଜୀବନେ ଶୂନ୍ୟତା,

ତଥାପି ମୁଁ ତୁମର, ତୁମ ପାଶେ ସମର୍ପିତା ,,,


ବିଜନ ରାତିର ଶେଯ,

ନାହିଁ ତା'ରେ ପ୍ରଣୟ ବାସନା,

ବିସ୍ତାରିତ ସେ ସ୍ଵପ୍ନ ଠାରୁ ନିଦ ପର୍ଯ୍ୟନ୍ତ

ଶୀତରୁ ବସନ୍ତ ଯାଏଁ ଅଟେ ଅଭିଶପ୍ତ,

ସେହି ଅଭିଶାପର ଜ୍ବାଳାରେ,

ନିତି ନିତି ମରେ ମୁଁ ,

ପ୍ରତିଥର ନିଜକୁ ମାରି, ନିଜ ଭିତରେ ତୁମକୁ ବଞ୍ଚାଏ ମୁଁ ,

ମରି ମରି ବଞ୍ଚୁଥାଏ, ନିତି ସାଜି ଅଭିସାରିକା ,

ତଥାପି ମୁଁ ତୁମର , ତୁମ ପାଶେ ସମର୍ପିତା ,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy