ସମର୍ପିତ ଜୀବନ
ସମର୍ପିତ ଜୀବନ
ଗାନ୍ଧୀ ---
ନୁହଁନ୍ତି ଏକ ବ୍ଯକ୍ତି
ଅବା ବ୍ୟକ୍ତିତ୍ବ,
ସେ ଏକ ବିଚାର ଧାରା
ଶାଶ୍ଵତ ଦାର୍ଶନିକ ତତ୍ତ୍ବ ।
ଆୟୁଧ ତାଙ୍କର ଅହିଂସା ଓ ସତ୍ଯ;
ଯଦ୍ବାରା ବଢିଛି,ଦେଶର ମହତ୍ତ୍ବ ।
ଯାହାର ଦର୍ଶନ
ଶବ ପ୍ରାଣେ ଭରିଥିଲା ଜୀବନ ,
ଅହିଂସା ଅସ୍ତ୍ରର ପ୍ରହାରେ
ବିଦେଶୀ କଲା ପଳାୟନ ।
ଗାନ୍ଧୀ ---
ଅନ୍ଧାରୀ ମୂଲକର ଉଜ୍ଜ୍ବଳ ତପନ,
ବିକିରଣେ ଯାର
ଭାରତ ହେଲା ବିଶ୍ବେ ବିଦ୍ୟମାନ
ବିଦେଶୀ ବର୍ଜନ ସ୍ବଦେଶୀ ଅର୍ଜନ,
ଥିଲା ଯାହାର ମନ୍ତ୍ର ମହାନ
ମାତୃଭୂମି ମାତୃଭାଷା
ଯାର ସାଜୁଥିଲା ତିଳକ ସମାନ,
ଥିଲେ ମହାତ୍ମା ମହୀୟାନ
ସାମ୍ୟତା ଥିଲା ତାଙ୍କ କର୍ମ ଓ ବଚନ
ଯେତେ ସବୁ ତାମସିକ ଚିନ୍ତନ
ଯାଦୁଖଡିକା ସମ
ହେଲା ସବୁ ଅବସାନ ।
ଗାନ୍ଧୀ ---
ଏକ ଝାଉଁଳା ଯୁଗର ସୁଖଦ ସପନ
ସମ୍ପ୍ରତି ସମୟର ପ୍ରଚଣ୍ଡ ଆହ୍ୱାନ
ମାନବ ମନର ଦୀପ୍ତ ଚେତନ।
ଘୋଷିତ ପ୍ରତିଶୃତି ତାଙ୍କର
ନିଶା ନିବାରଣ,
ଶ୍ରେଣୀ ହୀନ ସମାଜ ଗଠନ,
ସବୁକିଛି ଆଜି ଅପହଞ୍ଚ
ଶୂନ୍ଯ ଗର୍ଭା ଭାଷଣ ।
ସତେଅବା ଶାସକ ନାମାନ୍ତର
ଶାସନ ସମାନ।
ଯେତେସବୁ ଅର୍ଚ୍ଚନା ବନ୍ଦନା
ଶୋକାଞଳି ପୁଷ୍ପାଞ୍ଜଳି
ଚିନ୍ତନ ବନ୍ଦନ,
ହେବ ନିଶ୍ଚିତ ସଫଳ ରୂପାୟନ
ଦରକାର କେବଳ
ନିରୋଳା ସମର୍ପିତ ଜୀବନ।