Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Abstract

3  

Bijay Prusty

Abstract

ସମ୍ପର୍କର ଶେଷଧାଡି

ସମ୍ପର୍କର ଶେଷଧାଡି

1 min
196



ଏବେ ତୁମକୁ ମୁକ୍ତ କରିଦେଲି 

ସମସ୍ତ ବନ୍ଧନରୁ

ଏବେ ତୁମକୁ ମୁଜ୍ତ କରିଦେଲି

ମୋ ଜୀବନ ପରିଧି ରୁ

ମୁଁ ତ ମୁକ୍ତ ହେବାକୁ ଚାହିଁନି ଏଯାଏ

ମୋ ବନ୍ଧନ ମୋ ପାଖରେ ଥାଉ I

ତୁମେ ଅସହାୟ ପଣରେ

ଘାରି ହେଉଛ ପ୍ରତିକ୍ଷଣ,

ମୁଁ ତୁମକୁ ମୁକ୍ତି ଦେବା ଛଡା

କଣ ବା ଆଉ କରି ପାରିବି ? 

ଜୀବନକୁ ନିରେଖି ନିରେଖି 

ଆଉ କେତେ ଦେଖିବି କୁହ

ଆଖିରୁ ସବୁତକ ଲୁହ 

ବାଷ୍ରିଭୁତ ହେଲାପରେ

ଅନ୍ଧ ହେବାକୁ ଆଉ 

କେତେବା ଡେରି ଅଛି ?

ବ୍ୟସ୍ତ ହେଉଛ କାହିଁକି

ମଶାଣିରୁ ତୋଳି ଆଣି

ଶବଟିକୁ ଜୀବନ୍ୟାସ ଦିଅନି

ଶବ ସେହିଭଳି ଶବ ହୋଇ ଥାଉ I

ମୋତେ ଅସହାୟ ଭାବୁଛ କି?

ମୋ ପାଖେ ପାଖେ ତୁମେ ପରା 

ଘୁରି ବୁଲୁଛ ଛାୟାଟିଏ ପରି,

ମୋ ଭିତରୁ ତୁମକୁ କାଢିନେବ କିଏ?

କାହାର ବା ସେ ଶକ୍ତି ଅଛି

ହେହରୁ ଜୀବନକୁ ଅଲଗା କରି ପାରିବ ?

ଖାଲିଯାହା ସ୍ମୃତିଟିଏ

 ଜୀବନ୍ୟାସ ପାଉଥିବ ପ୍ରତିକ୍ଷଣ I

        


Rate this content
Log in

Similar oriya poem from Abstract