STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ସମ୍ପର୍କର ହାତ ଧରି

ସମ୍ପର୍କର ହାତ ଧରି

1 min
308

ଜୀବନ ଯାତ୍ରାଟି ନୁହେଁ ଟି ସୁଗମ ଚାଲୁଥିବୁ ହାତ ଧରି,

ନକଲେ ଟି ତାହା ଡ଼ଗର କଠିନ

ସମ୍ପର୍କ ତହିଁ ଜରୁରୀ।


ସମ୍ପର୍କେ ଦୁନିଆ ଜଡ଼ିତ ଭାଇରେ ସମ୍ପର୍କ ହିଁ ସର୍ବୋପରି,

ହୁଏଟି ସମ୍ଭବ ଜୀବିକା ଅର୍ଜନେ

ସମ୍ପର୍କର ହାତ ଧରି।


ବିନା ସମ୍ପର୍କରେ ଅସମ୍ଭବ ଭାଇ ରାଷ୍ଟ୍ର କାର୍ଯ୍ୟ କରିବାରେ,

ସମ୍ପର୍କେ ରହିଣ ଏକତ୍ରିତ କର

ନିଜ ରାଷ୍ଟ୍ର ନିର୍ମାଣରେ।


ସମ୍ପର୍କ ପ୍ରଦୀପ କର ପ୍ରଜ୍ବଳିତ ସମ୍ପର୍କର ମନ୍ତ୍ର ଧରି,

କର ହାତ ଧରି ଶକ୍ତିଶାଳୀ ତାରେ

କର୍ତ୍ତବ୍ୟକୁ ଆଗ କରି।


ସମ୍ପର୍କେ ହିଁ ଶକ୍ତି ସମ୍ପର୍କେ ସଫଳ ମନୁଷ୍ୟର କର୍ମପଥେ

ତାହା ବିନୁ ସବୁ ଅସମ୍ଭବ ଭବେ

ରଖହେ ସମ୍ପର୍କ ସାଥେ।


ମନୁଷ୍ୟ ଜୀବନ ନୁହେଁ ଚିରସ୍ଥାଇ ଆତ୍ମା ଛାଡି ଯିବ ପିଣ୍ଡ

ଧାତା ଗାର କେବେ ନହେବେ ଟି ମିଥ୍ୟା

ନଦୀ ତୀରେ ନେବେ ପିଣ୍ଡ।


ବହି ନେଇଯିବେ ବନ୍ଧୁ ଓ କୁଟୁମ୍ବ ଅଗ୍ନିକୁଣ୍ଡେ ଦେବେଯହିଁ

ପିଣ୍ଡ ହେବ ଖାର ଅଗ୍ନିର ଜ୍ବାଳାରେ,

ସ୍ମୃତି ରହି ଯିବ ତହିଁ।


ସମ୍ପର୍କେ ଜଡ଼ିତ ଥିଲେ କର୍ମ ମାର୍ଗେ ଆସିବେ ଶ୍ମଶାନ ଜନ

ଦେବେ ଶ୍ରଦ୍ଧାଞ୍ଜଳି ଦୁଃଖିତ ହୋଇଣ

ଗୁଞ୍ଜିବ ସ୍ମୃତିର ଗାନ।


ଦେବେ ଆଶ୍ବାସନା ପରିବାରେ ତାର କରିବେ ସାହାଯ୍ୟ ପୁଣ

ସମ୍ପର୍କର ଶକ୍ତି ଅତି ଶକ୍ତିଶାଳୀ

ଗୁଞ୍ଜୁ ଥିବ ପ୍ରତି କ୍ଷଣ।


ସମ୍ପର୍କ ବିହୁନେ ଜୀବନ ଅଧୁରା ମୂଲ୍ୟ ନାହିଁ ଜୀବନର

ଗୃହ ଓ କୁଟୁମ୍ବେ ସମ୍ପର୍କ ଜରୁରୀ

ଜରୁରୀରେ ସମାଜର।


ବିଭୁ କାର୍ଯ୍ୟ ତହିଁ ହେବରେ ସଫଳ କରିବୁ ରାଷ୍ଟ୍ରର କାର୍ଯ୍ୟ

ଜନଜନ ସେବା କରୁଥିବୁ ନିତ୍ୟେ

ଜନତା କଲ୍ୟାଣ କାର୍ଯ୍ୟ।


ରାଷ୍ଟ୍ର ଭକ୍ତି ପ୍ରେମ ଦେବୁ ଜନଜନେ ସମ୍ପର୍କେ ରହିଣ ବାବୁ,

ଅନୁଯାୟୀ ହେବେ ସମ୍ପର୍କର ମନ୍ତ୍ରେ

ମିଳିବ ସମ୍ମାନ ବାବୁ। 


କରେ କୁତୁହୋଳେ ସମ୍ପର୍କର ଡୋର ଏକତାର ମନ୍ତ୍ର ଏହୁ,

ଯୋଡ଼ି ସମ୍ପର୍କରେ କରେ ରାଷ୍ଟ୍ର କାର୍ଯ୍ୟ

ମନ୍ତ୍ର ଜୀବନରେ ରହୁ।


Rate this content
Log in

Similar oriya poem from Abstract