STORYMIRROR

Trushna Das

Abstract Inspirational Others

3.7  

Trushna Das

Abstract Inspirational Others

ସମ୍ପର୍କର ଡୋରି

ସମ୍ପର୍କର ଡୋରି

1 min
183


ସମ୍ପର୍କର ଡୋରି 

   ଦୁଇ ଜଣଙ୍କର ହାତରେ ହୋଇଥାଏ ବାନ୍ଧି 

ଡୋରି ହୋଇଲେ କାହାରି ଠାରୁ ହୋଇଲେ ଢିଲା ଟିକେ ବି

   ହାତରୁ ଖସରି ଯାଇ ସମ୍ପର୍କ ଯାଏ ତୁଟି।


ସମ୍ପର୍କର ଡୋରି 

   ଗାଡିର ଦୁଇ ଚକ ପରି

ଯେମିତିକି ଗୋଟିଏ ବି ଚକ ହୋଇଲେ ପମ୍ପଚର ଗାଡି ପାରେ ନାହିଁ ଚାଲି

   ସେମିତି ସମ୍ପର୍କ ଗୋଟିଏ ପକ୍ଷରୁ ଟିକେ ବି ହେଲେ ଢିଲା ତାହା ଯାଏ ଭାଙ୍ଗି।


ସମ୍ପର୍କର ଡୋରି 

  ଭରସା ଓ ବିଶ୍ୱାସରେ ହୋଇ ଥାଏ ବାନ୍ଧି 

ନ ଥାଏ ସେଥିରେ ସ୍ୱାର୍ଥର ପରିଭାଷା ଟିକେ ବି

   ଥାଏ କେବଳ ସେଥିରେ ପ୍ରେମର ପରିମିତି।


ସମ୍ପର୍କର ଡୋରି 

   ଯିଏ ତାର ମହତ୍ତ୍ୱ ପାରେ ନାହିଁ ବୁଝି

ପରବର୍ତ୍ତୀ ମୁହୂର୍ତ୍ତରେ କରେ ସେ ପ୍ରାୟଶ୍ଚିତ ଖାଲି 

   ହେଲେ ତା ହାତରେ ନ ଥାଏ ଆଉ ସମ୍ପର୍କର ଡୋରି।

p>


ସମ୍ପର୍କର ଡୋରି 

   ଯେଉଁଥିରେ ବିଶ୍ୱାସ ଥରେ ଗଲେ ଭାଙ୍ଗି 

ସେଥିରେ ଫାଟ ହୁଏ ସୃଷ୍ଟି 

   ଯାହା ଆଣି ଦିଏ ଦୁହିଁଙ୍କ ମଧ୍ୟରେ ବ୍ୟବଧାନ ସବୁ ଦିନ ପାଇଁ

ସେ ସମ୍ପର୍କରେ ଆଉ ନ ଥାଏ ଭରସା ଓ ପ୍ରେମ

   ହୋଇ ଯାଏ ସେ ସମ୍ପର୍କ କେବଳ ବୋଝ।


ଜଣେ ଯେତେବେଳେ ସମ୍ପର୍କରେ 

   ବାନ୍ଧି ହୋଇ ଥାଏ ବିଶ୍ୱାସ ଓ ପ୍ରେମରେ 

ତାହା ଯେତେବେଳେ ଯାଏ ଭାଙ୍ଗି 

   ସେ ଆଉ କରି ପାରେ ନାହିଁ ବିଶ୍ୱାସ କେବେ ବି 

ତା ମନରେ ସୃଷ୍ଟି ହୁଏ ଶକ୍ତ ଆଘାତ 

   ସେତେବେଳେ ସେ ସମସ୍ତଙ୍କୁ କରେ ସନ୍ଦେହ।


ତେଣୁ ସମ୍ପର୍କ ଡୋରିରେ ହେଲେ ବାନ୍ଧି 

   ଛାଡ଼ି ସ୍ୱାର୍ଥ ସବୁଦିନ ପାଇଁ 

ହୋଇଗଲେ ଏକତ୍ର ମନରେ ପ୍ରେମର ଭାବନା ରଖି

   ସୁଖ ଦୁଃଖର ସାଥୀ ହୋଇ ରହିବ ସବୁ ଦିନ ପାଇଁ।


Rate this content
Log in

Similar oriya poem from Abstract