ମାଣବସା
ମାଣବସା
ଦୁଆର ମୁହଁକୁ ଖଡକି ଦିଅ ଲୋ
ଆଜି ପରା ଗୁରୁବାର,
ନୂଆ ଚାଉଳରେ ଝୋଟି ପକା ତୁ ଲୋ,
ଆସିବେ ମା ମୋ ଘର,
ନୂଆ ମାଣ ନୂଆ ଧାନ ଲୋ ଆଣିବୁ
ଆଣିବୁ ଆମ୍ବ ଡାଳିଆ,
ଖଟୁଲି ବସାଇ ଧାନକୁ ସଜେଇ
ଥୋଇବୁ ତୁ ଗଳିଗୁଆ,
ଅତି ଯତନରେ କରିବୁ ଆରିସା
ମଣ୍ଡା ଓ କାକରା ପିଠା,
ଘିଅ ଦୀପ ଦେଇ ଅଗରୁ ଚନ୍ଦନେ
ଲଗା ତା ପାଖେ ବଇଠା,
ନୂଆ ଚାଉଳରେ ଲାଗି ଲଗାଇବୁ
ମାଆର ମନକୁ ଜାଣି,
କ୍ଷୀରି ଖେଚୁଡ଼ି ତା ମନର ପସନ୍ଦ
ଥିବ ତାହା ସାଙ୍ଗେ ପୁଣି,
ବାର ମାସେ ସାର ଏହି ମାସଟି ଲୋ.
ମାର୍ଗଶିର ନାମ ତାର
ମାତା କମଳିନୀ ଦ୍ୱାରେ ଦ୍ୱାରେ ବୁଲି,
ଦିଅନ୍ତି ଅଭୟ ବର,
