STORYMIRROR

Kalandi pal

Abstract Inspirational

3  

Kalandi pal

Abstract Inspirational

ମାଣବସା

ମାଣବସା

1 min
188


ଦୁଆର ମୁହଁକୁ ଖଡକି ଦିଅ ଲୋ

     ଆଜି ପରା ଗୁରୁବାର,

ନୂଆ ଚାଉଳରେ ଝୋଟି ପକା ତୁ ଲୋ,

     ଆସିବେ ମା ମୋ ଘର,

ନୂଆ ମାଣ ନୂଆ ଧାନ ଲୋ ଆଣିବୁ

    ଆଣିବୁ ଆମ୍ବ ଡାଳିଆ,

ଖଟୁଲି ବସାଇ ଧାନକୁ ସଜେଇ

    ଥୋଇବୁ ତୁ ଗଳିଗୁଆ,

ଅତି ଯତନରେ କରିବୁ ଆରିସା

     ମଣ୍ଡା ଓ କାକରା ପିଠା,

ଘିଅ ଦୀପ ଦେଇ ଅଗରୁ ଚନ୍ଦନେ

     ଲଗା ତା ପାଖେ ବଇଠା,

ନୂଆ ଚାଉଳରେ ଲାଗି ଲଗାଇବୁ

     ମାଆର ମନକୁ ଜାଣି,

କ୍ଷୀରି ଖେଚୁଡ଼ି ତା ମନର ପସନ୍ଦ

    ଥିବ ତାହା ସାଙ୍ଗେ ପୁଣି,

ବାର ମାସେ ସାର ଏହି ମାସଟି ଲୋ.

    ମାର୍ଗଶିର ନାମ ତାର

ମାତା କମଳିନୀ ଦ୍ୱାରେ ଦ୍ୱାରେ ବୁଲି,

    ଦିଅନ୍ତି ଅଭୟ ବର,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract