STORYMIRROR

Rabindra kumar Sahoo

Abstract

3  

Rabindra kumar Sahoo

Abstract

"ସ୍ବପ୍ନ ଦେଖିବାକୁ ମନା ନାହିଁ"

"ସ୍ବପ୍ନ ଦେଖିବାକୁ ମନା ନାହିଁ"

1 min
177

 ଉଚ୍ଚ ମନା ହେବାକୁ 

  ମନା ନାହିଁ

ଉଚ୍ଚାଭିଳାଷୀ ହେବାକୁ

 ଦୁଃଖ ନାହିଁ

  ହେଲେ ସତ୍ୟ, ନ୍ୟାୟ

    ଧର୍ମ ପଥରେ

  ରହିବା କି ଲୋଡା ନାହିଁ

  ଯିଏ ଯେତେ

  ସ୍ଵପ୍ନ ଦେଖୁଛ ଦେଖ

 ସ୍ଵପ୍ନ ଦେଖିବାକୁ ମନା ନାହିଁ

  ନିଜ ବୁଦ୍ଧି ବିବେକକୁ

  କ'ଣ ବଳିଦେବ ଏଥିପାଇଁ

    ଅସତ୍ ଉପାୟ

      ଅବଲମ୍ବନ କରି

    କ'ଣ ପୂରଣ କରିବ

     ତୁମ ସ୍ଵପ୍ନ ପାଇଁ

 ଯେତେ ରଙ୍ଗିନ୍ ସ୍ଵପ୍ନ ଦେଖ

  ପ୍ରେମ ପାଇଁ

 ଯେତେ ବିକାଶର

   ସ୍ଵପ୍ନ ଦେଖ

     ଦେଶ ପାଇଁ

 ପ୍ରଥମେ ଚିନ୍ତ

  ମନେ ଓ ହୃଦେ

   ସେଥିରେ ରହିବା ଲୋଡା

  ନୀତି, ନୈତିକତା, 

   ଆଦର୍ଶ ଓ ତ୍ୟାଗଟି ଭାଇ

     ନିନ୍ଦିତ ନ ହେଉଥିବ

       ଆମ ମାତୃଭୂଇଁ

  ଯିଏ ଯେତେ

  ଦେଖୁଛ ଦେଖ ସୁସ୍ଵପ୍ନ

  ସେ ସ୍ଵପ୍ନ ଦେଖିବାକୁ

        ମନା ନାହିଁ ।

  ପିତା, ପ୍ରପିତାଙ୍କ

     ନାମ କହି

  ସେ ସ୍ଵପ୍ନ ଦେଖିଥିଲେ

      ଏସବୁ କହି କହି

    ତାଙ୍କ ସ୍ବପ୍ନକୁ

    ସାକାର କରିବା ପାଇଁ

   ତାଙ୍କ ନାମେ

  ମିଥ୍ୟା ପ୍ରତିଶ୍ରୁତି ଓ

  ନାରାବାଜି ଦେଇ

   କେହି କେବେ

 ଜନତାଙ୍କୁ ନ ପାରିବେ ଭୁଲାଇ

 ଦେଖୁଛ ଦେଖ ଯେତେ

  ବିକାଶର ସ୍ଵପ୍ନ

     ଉନ୍ନତିର ସ୍ବପ୍ନ

 ତାହା ଗଠନମୂଳକ ହେବା

  ଦରକାରଟିରେ ଭାଇ

  କାହାକୁ ସ୍ଵପ୍ନ ଦେଖିବାକୁ

           ମନା ନାହିଁ।

ଦେଶର ପ୍ରଗତି

  ଦେଶର ଉନ୍ନତି ପାଇଁ

   ଜନ ପ୍ରତିନିଧି ଭାବେ

 ଜନତାଙ୍କ ହୃଦୟ

      ଜିତିବା ପାଇଁ

 ସ୍ଵପ୍ନ ନାଁ ରେ

   ମିଥ୍ୟା ପ୍ରତିଶ୍ରୁତି

       ଦିଅ ନାହିଁ

ସଭିଏଁ ନିଜ ବୁଦ୍ଧି,

    ବିବେକ ଓ ଜ୍ଞାନ ବଳେ

 ଜୀବଦ୍ଦଶାରେ କରିଯାଅ

   କିଛି ଦେଶ ମାତୃକା ପାଇଁ

 ଦେଶର ଉନ୍ନତି,

  ଜାତିର ପ୍ରଗତି ଓ 

      ଜନତାଙ୍କ ମୁକତି

  ସ୍ଵପ୍ନର ମୂଳମନ୍ତ୍ର ହେଉ

  ଆମ ସଭିଙ୍କର ଭାଇ

  କାହାକୁ ପ୍ରଗତି, ଉନ୍ନତି ଓ

     ବିକାଶର ସ୍ଵପ୍ନ

       ଦେଖିବାକୁ ମନା ନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract