STORYMIRROR

Suresh chandra Padhy

Abstract

3  

Suresh chandra Padhy

Abstract

ତୁମେ

ତୁମେ

1 min
199


ସଭିଏଁ ମତେ ତୁମେ, ତୁମେ କହିଲେ 

ଆପଣା ର ଲାଗେ ନାହିଁ

ତୁମେ ଯେବେ ତୁମେ ବୋଲି କୁହ,

ମନ ବୁଝେ ମିଠା ଡାକ ଶୁଣି ଦେଇ

ତୁମ ବିନା ଦୁନିଆ ଟା ଭଲ ଲାଗେ

ନାହିଁ କେବେ ମତେ

ରାତିର ନିଦକୁ ହଜାଇ ଦେଇଛି

ତୁମ ପାଇଁ ମୁଁ ସତେ ।

କବିତାରେ ତୁମେ ମନେ ପଡୁଅଛ

ମନେ ପଡେ ତୁମ ପ୍ରେମ

ଭାବି ଭାବି ଲେଖି ଯାଏ ସାଥି 

ତୁମେ ମୋ ଲେଖନିର ମାଧ୍ୟମ।

ଚିତ୍ର ଯେବେ ମୁଁ କରୁଥାଏ ବସି,

ତୁମ କଥା ମନେ ପଡେ

ବେଶି ବେଶି,

ରୂପବତୀର ଚିତ୍ର ଆଙ୍କୁ ଆଙ୍କୁ କେବେ

ତୁମେ ଡାକ ପାଖକୁ ଆସି,

ତୁମେ ମୋତେ ଭଲ ପାଅ କେତେ

ସେ କଥା ଭାବିନି କେବେ ମନରେ

ଏତିକି ଜାଣିଛି ତୁମେ ମୋତେ

ଭଲ ଲାଗୁଥିବ ଯେତେ ଦିନ

ଥିବ ମୋ ଅନ୍ତର ଭିତରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract