STORYMIRROR

Debabrata Mishra

Abstract Inspirational Others

3  

Debabrata Mishra

Abstract Inspirational Others

ଧରିତ୍ରୀ ମାତା

ଧରିତ୍ରୀ ମାତା

1 min
244


ତା' ଦେହ ଜଳୁଛି ସବୁଜତା ବିନା

କୁହୁଳିଛି ମନ କାନ୍ଦୁଥାଏ ସିନା, 

କେତେ ଯେ ନିଷ୍ଠୁର ତୋହରି ସନ୍ତାନ

ତୋତେ କଷ୍ଟ ଦେଇ କରୁଥାଏ ମାନ, 

ଅଙ୍ଗଅଙ୍ଗ ତୋର ହୁଏ ଛଟପଟ

ଗଢୁଥାଏ ସିଏ ନିତି ଉଚ୍ଚ ଅଟ୍ଟାଳିକାମାନ, 

ଜାଳୁଛି ଜଙ୍ଗଲ ତାର ସ୍ୱାର୍ଥ ରାଜନୀତି

କାଗଜେ କାଗଜେ ଜଙ୍ଗଲ ଗଢୁଛି ନୀତି, 

କୁତ୍ରିମତାରେ ସେ ନିଜ ମାଟିସହ ଲଢେ

ମା' ମାଟି ଯେ କାନ୍ଦୁଛି ରୋଗଗ୍ରସ୍ତ ଦେହେ, 

ପଶୁପକ୍ଷୀ, ଜୀବଜନ୍ତୁ ବି ତାର ସନ୍ତାନ

ମଣିଷ ହିଁ କାହିଁ କରେ ଏତେ ଅଭିମାନ, 

ବୁଦ୍ଧିମାନ ବୋଲି ପରା ମା'କୁ ଚିହ୍ନୁନି

କୀଟପତଙ୍ଗ ସବୁ ନିଶ୍ଚିହ୍ନ ହେଲେଣି, 

କିଏ ଦେଲା ତୋତେ ଏତେ ଅଧିକାର

ପର୍ବତ ନଦୀକୁ କରୁ କାହିଁକି ଛାରଖାର, 

ରକ୍ଷା ନାହିଁ ତୋର ଈଶ୍ବର ଦୁଆରେ

ମାଆ ଲୁହ ପରା ପଡ଼ୁଛି ସଂସାରେ, 

ଯନ୍ତ୍ରରେ ବଞ୍ଚୁଛୁ ଯନ୍ତ୍ର ସାଜିଲୁଣି ତୁହି

ମାରିବ ସେ ଯନ୍ତ୍ର ତୋତେ ରଖିବେନି କେହି, 

କର୍ତ୍ତବ୍ୟ ଛାଡ଼ିଲୁ କ୍ଷଣେ କ୍ଷଣେ ଅତ୍ୟାଚାର

କେମିତି ସହିବ ମାଟି ମା' ତୋର, 

ମା' ମାଟିର ଏକା ତୁହି ନୁହେଁ ଅଂଶ 

ଲକ୍ଷେ ପ୍ରଜାତିର ରହିଛି ଜୀବଜଗତ, 

ତୋର ଅହଙ୍କାର ତୋତେ ହିଁ ଜାଳୁଛି

ନିଜେ ତୁ ମୁରୁଖ ଦେଖି ତୋତେ ସମୟ ହସୁଛି, 

ରକ୍ଷା କରିବାକୁ ପ୍ରଭୁ ଆସିବେନି

ତୁ ମାଆକୁ କନ୍ଦାଉ ତୁ ହସିବୁନି, 

ଧରିତ୍ରୀ ଜାଣିଛି ତା ନିଜର କଥା

ନିଜେ ହିଁ କରିବ ନିଜକୁ ସେ ରକ୍ଷା, 

ଶ୍ରେଷ୍ଠ ଜୀବ ବୋଲି ବିଜ୍ଞ ହେଲୁ ତୁହି

ବିଜ୍ଞାନରେ ମାଟି ଧ୍ବଂସ କଲୁ ଯହିଁ, 

ସୁଖ ସୁବିଧା ତ ନିଜର ଖୋଜିଲୁ

ଅନ୍ୟ ପ୍ରାଣୀକଥା ସବୁ ଭୁଲିଗଲୁ, 

କାହିଁକି କ୍ଷମା ମା' ଦେବ କହ ତୋତେ

ହାରିଯିବୁ ନିଶ୍ଚେ ଜାଣିବେ ଜଗତେ, 

ତଥାପି ସମୟ କରିବାକୁ ବାକି

ତୋ ନିଜ କରମ ରହିବ ରେ ସାକ୍ଷି । 



Rate this content
Log in

Similar oriya poem from Abstract