STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ହିଂସୁକ ଦୁନିଆ

ହିଂସୁକ ଦୁନିଆ

1 min
223


ଦୁନିଆର ମାୟା ବୁଝି ହୁଏ ନାହିଁ

ହିଂସାରେ ଜଡିତ ଭୂମି,

ହିଂସାରେ ଜଡିତ ହୁଅନ୍ତି କିଛିହିଁ

ହିଂସା ପରିପୂର୍ଣ୍ଣ ଭୂମି।


ପରହିଂସା ଅଟେ ବିନାଶ କାରଣ

ଉନ୍ନତିର ପଥ ନାହିଁ,

ନରହିଂସା ଅଟେ ପାପର ଅର୍ଜନ

ଧର୍ମପଥ ପାଏ ନାହିଁ।


ହିଂସୁକ ର ପଥ ଅନ୍ଧାର ସର୍ବଦା

ଆଲୋକ ଅନ୍ଧାର ହୁଏ

ଜୀବନ ପଥରେ କିଛିହିଁ ଘଟିଲେ

ଅପାର ଖୁସି ସେ ହୁଏ।


ବିଶ୍ବାସର ପାତ୍ର ନୁହେଁ ସେହି ଜନ

ରଖି ଥାଅ ମନେ ଭାଇ

ସାମାନ୍ୟ ତିଳକୁ ତାଳ କହୁ ଥାଏ

ଦୂର ରୁହ ନିତ୍ୟେ ଭାଇ।


ମିତ୍ର ପରିଚୟ ନାହିହିଁ ତାହାରେ

ଶତ୍ରୁ ବଲି ପ୍ରାଣେ ଜାଣ,

କେବେ ହି ଆଘାତ ଦେବ ସେହି ଜନ

ନୁହେଁ ସେହି ମିତ୍ର ଜାଣ।


ଦୁନିଆର ମାୟା ବୁଝି ହୁଏ ନାହିଁ

ହିଂସାରେ ଜଡିତ ଭୂମି,

ହିଂସାରେ ଜଡିତ ହୁଅନ୍ତି କିଛିହିଁ

ହିଂସା ପରିପୂର୍ଣ୍ଣ ଭୂମି।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract