STORYMIRROR

Jyotirmoyee Mohanty

Abstract

3  

Jyotirmoyee Mohanty

Abstract

ତୁମପାଇଁ କବିତାଟିଏ

ତୁମପାଇଁ କବିତାଟିଏ

1 min
257

ଯେଉଁଦିନ ଠାରୁ ତୁମକୁ ଦେଖିଛି 

ନିଜକୁ ହଜେଇ ସାଥି ତୁମକୁ ପାଇଛି 

ଆଇନାରେ ଯେବେ ମୋ ମୁହଁ ଦେକହୁଛି 

ତୁମ ମୁହଁ ଦେଖା ଯାଉଛି  l


ମୋ ହୃଦୟ ସ୍ପନ୍ଦିତ ଏବେ ତୁମରି ସ୍ପନ୍ଦନେ 

ତୁମେ ଏକା ଶ୍ରେଷ୍ଠ ବୀର ଏ ମନ ଗହାନେ 

ମୋ ମନ ଆକାଶେ ତୁମେ ଏକ ରୂପା ଜହ୍ନ 

ଏ ଆଖିରେ ସାଥି କେବଳ ତୁମରି ସ୍ପପନ l


ତୁମରି ହସରେ ଏବେ ତୋଳୁଛି ମୋ ଖୁସି

ତୁମରି ଦୁଃଖରେ ସାଥି ମୋ ପଣତ ଭିଜୁଛି 

ତୁମକୁ ପାଇଛି ଭୁଲିଛି ଏ ସାରା ଦୁନିଆ 

ତୁମେ ପାଖେ ଥିଲେ ସାଥି ସବୁ ନୂଆଁ ନୂଆଁ l



ଶୂନ୍ୟ ଜୀବନେ ଝରାଇ ପ୍ରୀତି ମନ୍ଦାକିନୀ 

ପ୍ରୀତି ଉପହାର ଦେଲ ଗୋଟିଏ ଜୀବନ୍ତ କଣ୍ଢେଇ 

ଭରିଗଲା ଜୀବନ ମୋ ବାତ୍ସଲ୍ୟ ମମତା ପଣରେ

ତୁମ ବିନା ରହିନାହିଁ ରହି ନାହିଁ ସାଥି  

କିଛି ଅବଶୋଷ ଆଉ ଏ ଜୀବନେ l



Rate this content
Log in

Similar oriya poem from Abstract