STORYMIRROR

Gangotri Priyadarshini

Abstract Inspirational Others

3  

Gangotri Priyadarshini

Abstract Inspirational Others

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
218


ପାପରୁ ପୁଣ୍ୟ ଅଭିମୁଖେ ଯାତ୍ରାର ଦିଗନ୍ତ

ବ୍ୟବଧାନର ନାମ କି ଅଟେ ପ୍ରାୟଶ୍ଚିତ

ଭୁଲ୍ ଠିକ ଭିତରେ ଜ୍ଞାନର ଆଲୋକ ଉଚିତ

ନ ଦେଇ କଷଣ କାହାରେ

ଅନ୍ତର ଯେବେ ଦୋଷ ତ୍ରୁଟିରେ ଫରକ ବିଚାରେ

କୁହ ବନ୍ଧୁ ପ୍ରାୟଶ୍ଚିତ କି ଲୋଡା ସବୁଠାରେ ।


ଅଳିକ ମାୟାରେ ପୂର୍ଣ୍ଣ ଏ ସଂସାର ସାଗରେ

ଏ ମଣିଷ ବଞ୍ଚିବାକୁ ନିତି ଯୁଝି ମରେ

କେବେ ଜାଣତରେ କେବେ ପୁଣି ପାପ ହୁଏ ଅଜାଣତେ

ମଣିଷ ନିଜ ଦୋଷକୁ ତଉଲଇ ପୁଣି

ଦୋଷକୁ ସୁଧାରେ ସେ ବିବେକକୁ ଗୁଣି

ପ୍ରାୟଶ୍ଚିତ ସେ କର୍ତ୍ତବ୍ୟ ବୋଲି ରଖିଥାନ୍ତୁ ଜାଣି ।


ଯେଣୁ ଆମେ ପୁନର୍ଜନ୍ମ ସତ୍ୟ ମାନିଥାଉ

ହୃଦୟରେ ଭୟ ରଖି କର୍ମମାନ କରିଯାଉ

ପାପ ପ୍ରାୟଶ୍ଚିତ ଭୟାବହତା ପୂର୍ବହୁଁ ଚିନ୍ତି ଥାଉ

ଶ୍ରେଷ୍ଠ ଜନ୍ମ ପାଇ ନର ସତ୍ୟ କର୍ମେ ମନଦେଉ 

ପେଟ ଚାଖଣ୍ଡକ ପୁଣି ପରଦ୍ରବେ ଲୋଭ ପାଇଁ ଉପଦ୍ରବ

ହିତା ହିତ ଜ୍ଞାନ ଭୁଲି ମନୁଷ୍ୟ ପାପେ ପ୍ରାପ୍ତ ପରାଭବ ।


ପ୍ରାୟଶ୍ଚିତ ଯେଉଁ ନର ହୃଦୟରୁ କରେ

ଶରୀର କାଳିମା ଉଭାଇ ମନୁ ସତ୍କର୍ମେ ଗର୍ବ କରେ

ଅନ୍ତର ଆତ୍ମା ଯେବେ ଚକ୍ଷୁର ଲୁହରେ ଧୋଇ ହୋଇଯାଏ

ମାନବ ସମାଜ ଏକତ୍ଵ କର୍ମରେ ନୂତନ ଦିଗ୍ଦର୍ଶନ ପାଏ

ପ୍ରତି ହିନକାର୍ଯ୍ୟ ନିମିତ୍ତ ନୀୟତି ପ୍ରାୟଶ୍ଚିତ ସୁଯୋଗଟି ଦିଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract