STORYMIRROR

Lokanath Rath

Tragedy Inspirational

4  

Lokanath Rath

Tragedy Inspirational

ସମ୍ପର୍କ

ସମ୍ପର୍କ

2 mins
237


ଏବେ ବି ଭାବି ଭାବି ବୁଝି ପାରେ ନାହିଁ, 

ଖୋଜି ବୁଲେ ମନେ ମନେ ଉତ୍ତର ପାଇଁ. 

ଏ ଜୀବନର ରାସ୍ତା ଏତେ ଅଙ୍କା ବଙ୍କା, 

ଦିଏ ପୁଣି କେବେ କେବେ ଅଜଣା ଧକ୍କା. 

ଅଙ୍କା ବଙ୍କା ଏହି ରାସ୍ତାରେ ଚାଲୁ ଚାଲୁ, 

କେଜାଣି କାହିଁକି ହେଉ ଖାଲି ସାଲୁବାଲୁ. 

ମିଛ ମାୟା ଭରା ଏହି ଦୁନିଆ ଦୁଆରେ, 

ଭାସି ଯାଉ ନୂଆ ନୂଆ ସପନ ଢେଉରେ. 

କେବେ କିଛି ପାଇବାର ମିଥ୍ୟା ଆଶାରେ, 

ସେ ଆଶା ପୁଣି ରହିଯାଏ ଲୁଚି ଅତୀତରେ. 

କିଛି ରହିଯାଏ ହୋଇ ସ୍ମୃତି, କିଛି ଲିଭି ଯାଏ, 

କିଛି ପୁଣି ସମ୍ପର୍କ ର ଡୋରିରେ ବାନ୍ଧି ହୋଇଯାଏ..... 


କିଏ କହେ ମୁଁ ତୁମର, କିଏ କରିଦିଏ ପର, 

କିଏ ଛାଡି ଚାଲିଯାଏ, କିଏ ଗଢେ ସଂସାର. 

ତୁମର କହି କରେ କେହି ମିଥ୍ୟା ଛଳନା, 

ମିଠା ମିଠା କଥା କହି କରେ ସେ ବାହାନା. 

ସେ ବାହାନା ରେ ଲୁଚି ଥାଏ କେତେ କପଟ, 

ଜଣା ଗଲେ ହୃଦୟ ହୁଏ ଖାଲି ଛଟପଟ. 

ଦେଇଯାଏ ଖାଲି ସେ ଟ ଯାତନା ଓ ବେଦନା, 

ସେଥିରେ ପେଷି ହୋଇ ପାଏ ଜୀବନଟା ଯନ୍ତ୍ରଣା. 

ତଥାପି ତ ଏ ଜୀବନର ଯାତ୍ରା ଶେଷ ତ ହୁଏନା, 

ଜିଇଁବା ର ଭରସା ରେ ସେ କେବେ ଥକି ଯାଏନା. 

ନୂଆ ନୂଆ ଆଶ୍ରା ଖୋଜେ, ବୁଝି ସେ ପାରେନା, 

ସମ୍ପର୍କର ଦ୍ୱାହି ଦେଇ ସାଜେ ସମୟ ର ଖେଳନା............ 


ପତି ପତ୍ନୀ ରୂପେ ରହି ସାଜନ୍ତି ସୁନ୍ଦର ସଂସାର, 

ପ୍ରେମ ନିଶା ଘାରେ, କୁହନ୍ତି ମୁଁ ତୁମର ତୁମେ ମୋର. 

ଭୁଲନ୍ତି ସେ ନିଶାରେ ପଡି ମାୟା ଜାଲେ ପଡି, 

ଆନନ୍ଦେ ମତୁଆଲା ହୋଇ ଚାଲାନ୍ତି ଜୀବନର ଗାଡି. 

ପିତା ମାତା ହୋଇ ଦିଅନ୍ତି ଜନମ ପୁତ୍ର ଦୁହିତା, 

ବଡ଼ ଆଦରରେ ବଢ଼ାନ୍ତି, ବଢାଇ ସେ ନିଜ ଚିନ୍ତା. 

ମାତା ଢାଳେ ମମତାର ସ୍ୱାର୍ଥହୀନ ଅଜସ୍ର ବର୍ଷା, 

ପିତାର ବଳିଦାନ କହିବାକୁ ନାହିଁ କିଛି ତ ଭାଷା. 

ବଡ଼ ହୋଇ ସନ୍ତାନ ଖୋଜେ ଆଜି ନିଜର ଡେରା, 

ଲାଗି ଯାଏ ପର, ସାଜନ୍ତି ସତେ କି ଉଡ଼ନ୍ତା ପାରା. 

ସମୟର ଚାପେ ଯେବେ ହୁଅନ୍ତି ସେମାନେ ବୃଦ୍ଧ, 

ଏକା ହୋଇ ରହି ଦେଖନ୍ତି, ସମ୍ପର୍କ ର ଦ୍ୱାର ଏବେ ରୁଦ୍ଧ........ 


ତେବେ ଲାଗେ ମିଛ ମାୟା ଭରା ଏ ଆଜିର ସଂସାର, 

କାଲି ଯିଏ ଥିଲା ନିଜର, ଆଜି କରିଦିଏ ସେ ତ ପର. 

ଅନ୍ତର ବେଦନା ତାଙ୍କୁ କରେ ଆଜି ମର୍ମାହତ, 

ସମୟ ସାଗରେ ନୌକା ତ ଅଛି, ପାଉ ନାହିଁ କାତ. 

ବିଚଳିତ ହୋଇ କେବେ କରେ ଅନେକ କ୍ରନ୍ଦନ, 

ସବୁ ତୁଚ୍ଛ ଲାଗେ, ଲାଗେ ଏ କି ଦାରୁଣ ଜୀବନ. 

ଦୂରେ ଥାଇ ସବୁ ଦେଖେ ବିଧାତା, ରଚିଛି ସେ ଖେଳ, 

କହୁଛି ସେ, ମାୟା ମୁକ୍ତ ହେଲେ ଦେଖିବୁ ତୁ କାଳ. 

ଆସିଥିଲୁ ଏକା ତୁ ଯିବୁ ତ ଫେରି ଏକା ଏକା, 

ମୋହ ମାୟାରେ ବାନ୍ଧି ହୋଇ ଦେଉଛୁ ନିଜକୁ ଧୋକା. 

ଏ ସମ୍ପର୍କ ତ କିଛି ନୁହେଁ, ସେ ମାୟାର ଚାଦର, 

ଜନ୍ମ ମୃତ୍ୟୁ ଏକା ସତ୍ୟ,କିଏ ନୁହଁଇ ତ କାହାର....... 



Rate this content
Log in

Similar oriya poem from Tragedy