Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Romance

3  

Jagannath Das

Romance

ସମ୍ପର୍କ ଠୁ ବହୁତ ଦୁରେ

ସମ୍ପର୍କ ଠୁ ବହୁତ ଦୁରେ

1 min
113



ଗୋଲାପୀ ସ୍ବପନର

ଆବେଶ ମନୋହର

ଅନୁଭବୁଛି କଳପନାରେ ରସି


ମନେ କି ପଡେ ତୋର

ସେ ଦିନ ଧରଣୀର 

ମୁକୁଳା ପ୍ରାଣ ନେଇ ତୋ ପାଶେ ବସି..............1


ସ୍ବପନ ଦେଖିଲି ଦିନେ

ଧରଣୀ ଫୁଲବନେ

ମୁଁ ନବ ମଧୁ ଲିଟ ପ୍ରଣୟ ଭୋଳ,


ସେ ବନେ ମୋହ ପାଇଁ

ଫୁଟିଛି କେତେ କାହିଁ

ସଜ ସରସ ଫୁଲ ମଳୟ ଲୋଳ............2


ମୋହରି ପାଇଁ ପରା

ସେ ଫୁଲ ମଧୁ ଭରା

ମୋହରି ଲାଗି ତାର ମହକ

ଛୁଟେ


ମୁହିଁ ତା ପରାଣର

ଦୟିତ ଦୟା ପର

ମୋ ପାଇଁ ତାର ସବୁ ସୁଷମା ଫୁଟେ..............3


ଫୁଲରୁ ଫୁଲେ ଛୁଟି

ମୁହିଁ ସେ ମଧୁ ଲୁଠି

କରିବି ମଧୁ ମୟ ଜୀବନ

ମୋର


ବୋଳିବି ରେଣୁ ରାଶି

ପ୍ରଣାୟେ ଭାସି ଭାସି

ତରୁଣ ଅପଘନେମୁଁ ମଧୁ

ଚୋର............4


ଆଜି ଏ ଜୀବନର

ଗୋଲାପୀ ସ୍ବପନର

ଲିଭିଛି ପରା ଆରେ!ଜାଣିଛୁ ତୁହି


ସକଳ ସରସତା

ହୋଇଛି ନୀରବତା 

ସମ୍ପର୍କ ଠୁ ବହୁତ ଦୂର ରେ ରହି...........5



Rate this content
Log in

Similar oriya poem from Romance