ସମ୍ପର୍କ (ଷଷ୍ଠ ଭାଗ )
ସମ୍ପର୍କ (ଷଷ୍ଠ ଭାଗ )
ଆଦିମ ଯୁଗରୁ ସଂପର୍କର ସୃଷ୍ଟି
ମଣିଷର ଇସାରାରେ
ଦଳବାନ୍ଧି ପୁଣି ରହୁଥିଲା କାହିଁ
ଘଞ୍ଚ ଅରଣ୍ଯ ମଧ୍ୟରେ।
ପଶୁପକ୍ଷୀ ମେଳେ ରହୁଥିଲା ପୁଣି
ଖାଉଥିଲା କଞ୍ଚା ମାଂସ
ଦେଖିଲା ସେ ଦିନେ ଜଙ୍ଗଲ ମଧ୍ଯେ
ଅଗ୍ନି ର ପ୍ରଖର ଝାସ।
ଜଙ୍ଗଲର ଅଗ୍ନି ନିର୍ବାପିତ ହେଲା
ପାଇଲା ସେ ପୋଡା ମାଂସ
ପୋଡା ମାଂସର ସୁଆଦ ପାଇ ସେ
ଲଭିଲା ଆତ୍ମ ସନ୍ତୋଷ।
ମନେ ଭାଳିଲା ସେ ନିଆଁ କୁ
କିପରି ସୃଷ୍ଟି କରିବ ସେହି
ଏକ ପଥରକୁ ଆରେକ ଉପରେ
ପ୍ରହାର କଲା ତହିଁ।
ନିଆଁ ଆବିଷ୍କାର ମଣିଷକୁ କଲା
ପୃଥିବୀ ର ହିଂସ୍ର ପ୍ରାଣୀ
ସେଦିନୁ ମାନବ ଧ୍ବଂସ ରଚୁଛି
ସବୁ କିଛି ଜାଣିଶୁଣି ।
କେବେ ଲଗାଉଛି ବନାନି ରେ ନିଆଁ
ଜମି ଖଣ୍ଡିଏ ପାଇଁ
ସେ ନିଆଁ ରେ ପୋଡି ମରନ୍ତି ପ୍ରାଣୀଏ
ଆହା କେହି କୁହେ ନାହିଁ ।
ସଂସାର ମଧ୍ୟରେ ନିଜ ନୀଡ ରଚି
ଯୋଡଇ ସଂପର୍କ କେତେ
ମନ ଇଚ୍ଛା ପୁଣି ଛିଡାଏ ସଂପର୍କ
ନିନ୍ଦା ପାଏ ଏ ଜଗତେ।
ସ୍ବାର୍ଥ କୁ ସାରଥି କରିଣ ବଞ୍ଚୁଛି
ଦୁନିଆ ର ସମ୍ମୁଖରେ
କେତେବେଳେ ଯୁଦ୍ଧ ମନେ ମନେ ଜିତେ
କେତେବେଳେ ପୁଣି ହାରେ।
ଏବେ ମାନବ ଆଧୁନିକ ସାଜି
ପ୍ରକୃତି କୁ କରେ ଧ୍ବଂସ
ବିକାଶ ନାଆଁ ରେ ରଚି ଚାଲିଛି ସେ
ସାରା ବିଶ୍ବରେ ବିନାଶ ।
ହିଂସା, ଘୃଣା ଆଉ ପ୍ରତାରଣା ଆଜି
ହୋଇଛି ତା ମୁଖ୍ଯ ଅସ୍ତ୍ର
ସଂପର୍କ ଗଢୁଛି ପ୍ରତି ମୁହୂର୍ତ୍ତରେ
ମେଣ୍ଟାଇବାକୁ ତା ସ୍ବାର୍ଥ ।
ଏମିତି ସଂପର୍କ ନଗଢୁ ମଣିଷ
ସୁବିଧାବାଦୀ ଟେ ହୋଇ।
ସ୍ନେହ ପ୍ରେମ ଆଉ ଭଲ ପାଇବାରେ
ସବୁ ନେଉ ଆପଣାଇ।
ସଂପର୍କ ର ଖିଅ ଛିଡିବନି କେବେ
ଆସିଲେ ବି ଯେତେ ଝଡ
ସେଥିପାଇଁ ପରା ବିଭୁଙ୍କ ସୃଷ୍ଟିରେ
ମଣିଷ ଅଟଇ ବଡ।