STORYMIRROR

Prafulla Chandra Mishra

Classics

4  

Prafulla Chandra Mishra

Classics

ସମ୍ପର୍କ ରେ ସେ ଓ ମୁଁ

ସମ୍ପର୍କ ରେ ସେ ଓ ମୁଁ

1 min
144


ଶୁଭ୍ର ମରାଳ ମାଳିନୀ ଚିଲାକା ସୁନ୍ଦରୀ

ସ୍ଫଟିକ ହାର କି ଶୋହେ ଦିଶେ ସେହିପରି 

ନୀଳାମ୍ବୁ ତରଳ କାନ୍ତି ବିସ୍ତିର୍ଣ୍ଣ ଭୂଖଣ୍ଡ

ନାହିଁ ତାର ପଟାନ୍ତର ଭୂଭାଗେ ଏମନ୍ତ ।।


ଉତ୍କଳ କମଳା ଯହିଁ ବିଳସନ୍ତି ନିତି

ଦିନେ ଥିଲା ସେହି ମୋର ପିଲାଦିନ ସାଥି

ସାଙ୍ଗସାଥୀ ମେଳେ ନୌକା ବିହାର କରିଛି

କେତେ ନୀଳ କୁମୁଦ ତା ଗରଭୁ ତୋଳିଛି ।।


ତା ଶୀତଳ ପବନ ମୋ ନିଶ୍ଵାସ ପ୍ରବାହେ

ପ୍ରବାହିତ ହୋଇଥିଲା ମୋର ପିଲା ବେଳେ

ତା ନୀଳଜଳ ତରଙ୍ଗ ମୋହୃଦ ସ୍ପନ୍ଦନ

ସ୍ଵତ୍ସ ନୀଳଜଳ ଦିଶେ ସତେକି ଦର୍ପଣ ।।


ଆକାଶର ପ୍ରତିବିମ୍ବ ହୁଏ ପରିସ୍ଫୁଟ

କିବା ସରଗ ସେଜଳେ ହୋଇଛି ପ୍ରକଟ

ସବୁଶୋଭା ସମ୍ପଦର ଅଧିକାରୀ ହୋଇ

ମନରେ ତାହାର ତିଳେ ଗରବ ତ ନାହିଁ ।।


ଜୀବନ୍ତ ସମାନ ତା’ର ଚାରୁ ଚିତ୍ରପଟ 

ପ୍ରକୃତ ବିଶ୍ବେ କିଅବା ଏ ଛବି ସମ୍ଭବ

ଯାର ରମଣୀୟ ଛବି ପରିବ୍ରାଜକର

ମନ କିଣିନେଇ କରେ ଭାବରେ ବିହ୍ଵଳ ।।


ପିଲାଦିନ ବିତିଗଲା ତାକୋଳରେ ମୋର

ଛାଡି ଆସିଛି ତାହାକୁ ଆଜି ବହୁଦୂର

ତଥାପି ମୋ ପିଲାଦିନ ସାଥି ମୋ ଚିଲାକା

ଭୁଲିନାହିଁ ଟାଣିଅଛି ମୋ ହୃଦୟେ ରେଖା ।।


ଅଲିଭା ରେଖାଙ୍କିତ ତା ସେହି ଚିତ୍ର ପଟ

ବେଳେ ବେଳେ ମୋ ମନକୁ କରେ ରୋମାଞ୍ଚିତ

ଜୀବନରେ ତା ସମ୍ପର୍କ ଅଲିଭା ଅଭୁଲା

ସେ ଚିଲିକା ୟେ ଜୀବନେ ସାଥୀ ଥିବ ଥିଲା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics