STORYMIRROR

Jyotsnarani Panda

Abstract Others

4  

Jyotsnarani Panda

Abstract Others

ସମ୍ପର୍କ ଆକାଶେ

ସମ୍ପର୍କ ଆକାଶେ

1 min
292

 


ସମ୍ପର୍କ ଆକାଶେ ତୁମ ସ୍ମୃତି ଭାସେ 

    ଗୋପନ ଗୀତିକା ଗାଇ

ହୃଦ ତଟେ ମୋର ଅସରନ୍ତି ବ୍ୟଥା

   ଵିରହର ସ୍ପର୍ଶ ପାଇ ।।


କିଏ ଜାଣେ କା' ର ଭାଗ୍ୟ ଦିଗ୍ ଵଳୟେ

    କଳାମେଘ ଘୋଟିଯାଏ

କିଛି ମିଛ ସ୍ବପ୍ନ ଉଆଁସୀର ଜହ୍ନ

    ଜ୍ୟୋତ୍ସ୍ନା ଝୁରି ମରୁଥାଏ ।।


ଅସରନ୍ତି ଗଳ୍ପ ଅଧାଲେଖା ରହେ 

   ଜୀବନର ପୃଷ୍ଠା ପରେ

କିଛି ଯେ ଚରିତ୍ର ପାହାନ୍ତି ନକ୍ଷତ୍ର

  ପ୍ରାପ୍ତ ନୁହେଁ ପ୍ରତୀକ୍ଷାରେ ।।


ମଧୁର ମୁହୂର୍ତ୍ତ ଏବେବି ଜୀବନ୍ତ 

   ସୁରଭିତ ସ୍ମୃତି ମୁକ୍ତା

ସେହି ଏକା ସାଥି ସ୍ନିଗ୍ଧ ଅନୁଭୂତି

   ଅନୁପମ ଅନୁରକ୍ତା ।।


ସମ୍ପର୍କଟା ସିନା ଋତୁମତୀ କନ୍ୟା 

    କ୍ଷଣେ ଵେଶ ବଦଳାଏ 

ସ୍ମୃତି କିନ୍ତୁ ଚିର ଅଲିଭା ସ୍ମାରକୀ 

   ମର୍ମ ତଳେ ଭେଦି ରହେ ।।


ସେ ସ୍ମୃତି ସନ୍ତକ ପ୍ରୀତି ପାଦୋଦକ

   ଅବଶିଷ୍ଟ ଆୟୁଷର

ଭରସାରେ ତା'ର ପୂର୍ଣ୍ଣଛେଦ ସ୍ବର

  ମହାଧ୍ୟାୟ ଜୀବନର ।।



Rate this content
Log in

Similar oriya poem from Abstract