ସମ୍ବେଦନ
ସମ୍ବେଦନ
ସକାଳ ଚା କପ ର ବାମ୍ଫ
ତୁମ ମୁହଁ ଧୂଆଁଳିଆ କେବେ ଉଷ୍ମ
ବର୍ଷ ପରେ ବର୍ଷ ଏଇ ସଂସାରେ
କେତେ ରାଗରୁସା ଅଭିମାନ କଂପ
କୋଉ କିଏ ଧରିରଖେ ଭସ୍ମାୟିତ ବାମ୍ଫ
ଉଷ୍ମ ପ୍ରସବଣର ଖୁମ୍ପାଖୁମ୍ପି ରମ୍ପାରମ୍ପି ଯୁଗ୍ମ
ତମେ କେବେ ଗୁମସୁମ ମୁଁ କେବେ ରୁଷେ
ବୁଝନାହିଁ ମାନଅଭିମାନ ତୁମଜାଲେ ଫସେ
ସଂସାର ର ସାଂସାରିକ ଯେତେ ସବୁ ପ୍ରଶ୍ନ
ସମାହିତ ଅସମାହିତ ଭିତରେ ଯୁଗ୍ମଅଯୁଗ୍ମ
ନୂଆବର୍ଷ ତୁଚ୍ଛା ବଂଚିବାର ଅଦମନୀୟସୂତ୍ର
ଜୀ ପୁଣି ଛଳନାକୁ ଛପେଇବାକୁ ଆସ୍ଫାଳନ
ଜୀବନ୍ତ ସଜୀଵ ନିର୍ଜୀଵ କର ଆକଳନ
ସୂର୍ଯ୍ୟ ଚନ୍ଦ୍ର ସତ୍ୟ ଛଡ଼ା ସବୁ ମିଛ ଆସ୍ଵାଦନ
ହୁଅ ବଶୀଭୂତ ଅବା ଦ୍ରଵିଭୂତ କମ୍ପମାନ
ଚା କପରେ ଝଡ଼ ଉଠୁଥାଏ ନିତିପ୍ରତି ଦିନ
ମାନ କି ନମାନ ଏହା ନିରାଟ ସ୍ଵ ସମ୍ବେଦନ
ସାବଲୀଳ ସୂତ୍ରରେବି କେବେହୁଏସମାଧାନ
ସେଇ ତ ଏକମାତ୍ର କପେ ଚା ର ନିବେଦନ l

