STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ସମାପ୍ତି

ସମାପ୍ତି

1 min
354

ଏଇତ ଏବେ ଏବେ ଖେଳୁଥିଲା 

ଧୂଳି ମାଟି ଗୋଳି ହୋଇ

ଅଭିମାନର ପିଢ଼ା ପରେ ବସି

ଏଣୁ ତେଣୁ ଗୁଡାଏ ସ୍ୱପ୍ନକୁ ସାଉଁଟି ଆଣି

କିଛି ସାଇତି ରଖୁଥିଲା ତା ଆଶାର ଝୁଲାରେ

ଆଉ କିଛି ଖେଳୁଥିଲା ଫିଙ୍ଗି। 


ସଞ୍ଜ ନଇଁଯିବ ବୋଲି ମା' ତା ଡାକୁଥିଲା ଯେତେ

ହେଲେ ହାୟ! 

ଧୂଳିଖେଳରେ ଆସକ୍ତ ସେ

ସମ୍ମୋହିତ ହୋଇ 

ଭୁଲିଥିଲା ମା'ର ଆହ୍ୱାନ। 


ମୋହଗ୍ରସ୍ତ ଚିତ୍ତ ତାର ମାପିପାରିନଥିଲା

ଆୟୁଷର ଦୈର୍ଘ୍ୟ

ସମୟ କିନ୍ତୁ ଭୁଲିନଥିଲା ତା କର୍ତ୍ତବ୍ୟ

ମୁହୂର୍ତ୍ତ ପହଞ୍ଚିଥିଲା ଆଗଣା ମଝିରେ

ସାଉଁଳେଇ ଦେଇଗଲା

ସାରିଦେଇ ଆଗଣାର ଖେଳ। 


ବାସ୍ ! ଆଉ କଣ

ପଞ୍ଚଭୂତ ଆନଦିତ ପୁଣି ମିଶି

ପଞ୍ଚଭୂତ ଦେହେ

ଆଉ ନାହିଁ ସବୁ କିଛି ଆଦରି ନେବାର ମୋହ

ନା କିଛି ହାରିଯିବା ପର କୋହ,

ପୁଣି ଏକ ସମାପ୍ତିର ବାର୍ତା

ଓ ଏକ ଅଶରୀରୀ ବିବର୍ତ୍ତନର

ପ୍ରଚ୍ଛନ୍ନ ଆରମ୍ଭ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract