STORYMIRROR

Ajaya kumar Jena

Abstract

4  

Ajaya kumar Jena

Abstract

ସମାଜର ଦାୟିତ୍ୱ

ସମାଜର ଦାୟିତ୍ୱ

1 min
196

କର୍ତ୍ତବ୍ୟବୋଧରେ ଉଙ୍କିମାରେ

ଦାୟିତ୍ୱର ସ୍ପଷ୍ଟ ଚିହ୍ନ,

ସ୍ୱାର୍ଥପରତାରେ ତିଆରି ହୁଏ

ଅଦୃଶ୍ୟ ଶ୍ମଶାନ ......।


ଏଠି ଦାୟିତ୍ୱ ବଣ୍ଟାଯାଏ

ଅଭିଜ୍ଞତାର କରକମଳରେ

ମାଟିରେ ଗଢିବାକୁ ସୁନାର ପିଣ୍ଡ,

କିନ୍ତୁ ଦୁଃଖ ତ' ଏତିକି!

ଆଜିବି ଆନାହାରକ୍ଳୀଷ୍ଟ ମୁହଁଟା

ଦୁଃଖର ଚାଦର ତଳେ ପୋତିଛି ମୁଣ୍ଡ।


ଦାୟିତ୍ୱର ସୌଖୀନ ଗାଦିରେ

ବସିବାକୁ ଅଦୃଶ୍ୟ ଦାନବମାନେ

ନିରନ୍ତର କରନ୍ତି ଫନ୍ଦି ଫିକର,

କିନ୍ତୁ, କବର ପାଆନ୍ତି ହସମାନେ,

ଲୁହମାନେ ବି ଶୁଖିଯାଅନ୍ତି ନିଷ୍ପେଷି ଓଠଧାରେ

ଆଉ କୋହମାନେ ସାଜନ୍ତି ମଲା ମୁର୍ଦ୍ଦାର।


ଦଦରା ସ୍ୱପ୍ନମାନଙ୍କୁ ଉଜୁଡେଇ

ନୁଆଁଣିଆ କୁଡ଼ିଆ ତଳେ,

କ୍ଷତାକ୍ତ ହାଡ଼ ଆଉ ଧୁଡୁ ଧୁଡୁ ଚମଡାମାନଙ୍କୁ

ଠେଲିଦେଇ ରକ୍ତର ସ୍ରୋତରେ

ସମାଜରେ ଦାୟିତ୍ୱ ବଣ୍ଟାଯାଏ

ହତ୍ୟାକାରୀ ହାତରେ, ବ୍ୟଭିଚାରି ମୁଣ୍ଡରେ

ଆଉ ପୁଳାଏ ଟଙ୍କାର କାନ୍ଧରେ।


ସଭ୍ୟତାର ବିକାଶ ପାହାଚରେ

ଦାୟିତ୍ୱ ମିଳିନି କେବେ-

ପ୍ରେମମୟ ପାପୁଲିକୁ,

ସୁକ୍ଷ୍ମତାର ଚେନାଏ ହସକୁ,

ଆଉ ନିଃସ୍ୱାର୍ଥପରତାର ହୃଦୟ କାନଭାସକୁ ।


ସେଥିପାଇଁ ତ',

ସମାଜ ଏବେ ଆବୋରି ବସିଛି

ଛଳନାର ପରିପୂର୍ଣ୍ଣ ଆକାଶ

ସେ ଆକାଶ ତଳେ ଶ୍ୱାସରୁଦ୍ଧ ଶରୀର

ଆଉ ସେ ଶରୀରରେ ବିଫଳ ଚେଷ୍ଟାମାନଙ୍କର

ଘୋ ଘୋ ବିକଳ ଆର୍ତ୍ତନାଦ.......!!



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Abstract