ସଖା-୪
ସଖା-୪
ଫୁଲକୁ ଆପଣାଇ ଥିଲି
ସେ ଦେଲା କଣ୍ଟାର ଆଘାତ
ଭଲପାଇଲି ଜହ୍ନକୁ
ସେ ନିଜକୁ ଛୁପାଇ ରଖିଲା
ଅମାବାସ୍ୟାରେ,
ଭାବିଥିଲି ହଜିଯିବି ସାଗରରେ
ହେଲେ ସେ ଲେଉଟାଇ ଦେଲା କଡ଼ l
ବିଶ୍ୱାସରେ ଆପଣାଇ ଥିବା ଅନ୍ଧଲଉଡ଼ି
ବାରମ୍ବାର ହଜାଇଲି ମଝି ରାସ୍ତାଟାରେ
ଭାବିଥିଲି ଯିଏ ସାହା ହେବ,
ସେ ପାଲଟି ଗଲା ମୋ
ଅସହାୟତାର ସ୍ୱର l
ଏବେ ତୁ ଆସିଛୁ
ସମସ୍ତଙ୍କର ପରି କଥା ଦେଉଛୁ
ସତ କହ, ସତ କହ,
ତୁ ଆଉ ଫେରାଇ ଦେବୁନି ତ
ମୋ ଭଲ ପାଇବା ସାଗର ପରି
କି ଦେବୁନି କଣ୍ଟାର ଆଘାତ
ଅବା ସାଜିବୁନି ଅମାବାସ୍ୟାର ଚନ୍ଦ୍ର l
କଥା ଦେ ସଖା
ତୁ କେବଳ ମୋର ଆଉ ମୋର
ମୋତେ ଛୁପାଇ ରଖିବୁ ତୋରି ଭିତରେ
ଚିର ସମୟ , ଅନନ୍ତ କାଳ l