ସଖା-୧
ସଖା-୧
ଅନୁପମ ତୁମ ସୃଷ୍ଟିରେ ପ୍ରଭୁ
ମାନବ ଜୀବନ ଦେଇ କି,
ଲାଭ ପାଉଛୁ ସେହି ମନବର
ସୁଖକୁ ଛଡାଇ ନେଇ ।
ତୁମ ହାତେ ପରା ସକାଳ ଏ ଧରା
ଚନ୍ଦ୍ର ସୂର୍ଯ୍ୟ ପ୍ରତିଭାତ ,
ପ୍ରତିଟି ପ୍ରାଣୀର ଅନ୍ତର ଆତ୍ମାରେ
ସର୍ବ ଘଟେ ଆତଯାତ ।
ଭିକାରି ମାଗୁଛି ତୁମରି ଦାଣ୍ଡରେ
ଲୁହେ ଭିଜେ ତୁମ ବାଲି ,
ପାପୀରା ଦୁଆରେ ଆସିଛ ଫଗୁଣ
ଲୁହରେ ଖେଳେ ସେ ହୋଲି ।
ତୁମ ବଡ଼ ଦାଣ୍ଡୁ ଦୁଃଖୀ ଚାଲିଯାଏ
ଶୁନ୍ୟତାର ମନ ନେଇ ,
ଷ।ଠିଏ ପଉଟି ମଣଇ ହୁଅଇ
ତୁମପାଇଁ ତୁମପାଇଁ ।
କି ଦୋଷ କରିଛି ଦୁଃଖୀ ମଣିଷଟି
ବୁଝିକି ନ ବୁଝ ମନ ,
ତୁମରି ଚରଣେ ପୂଜା କରି ନିତି
ବିତୁଥାଏ ତାର ଦିନ ।
