ସକାଳ ଆସେ କାଉ ଡାକେ
ବୋଉ ଡାକେ
କଳରୁ ଜଳ ଗଛରୁ ଫୁଲ ତୋଳ
ସକାଳ ଜଗାଏ ଚେତନା ଚିତନ୍ୟ
ତଥାପି ସକାଳ ଆସେନା ମୋ ପାଇଁ
ଯେତେ ପର୍ଯ୍ୟନ୍ତ ହକର ଭାଇ ଡାକ ଶୁଭିନାହିଁ
ପେପର ନିଅ ପେପର ପ୍ରଗତିବାଦୀ କହି
ମୋ ସକାଳ ପାହେ ସେଇଠି
ମୁଁ ଉଠି ଖୋଲେ ପୃଷ୍ଠା ପରେ ପୃଷ୍ଠା ଯୋଉଠି
ବୋଉର ଡାକ ଲାଗେ କର୍କଶ
ଠିକ କାଉ ଟିଏ ପରି
ପ୍ରଗତିବାଦୀ ଖବର ବଡ଼ ଜବର
ପଢିଲେ ଗୋଟି ଗୋଟି
ଲାଗେ ଗ୍ଲୋବଟିଏ ଗ୍ଲୋବାଲ କଣ୍ଟ୍ରି
ପୁଣି ଲାଗେ କୃଷକ ସୈନିକ ସିଏ
ଦେଶ ଜାତିର ଉର୍ନ୍ନତିରେ ପୁଣ୍ୟମାଟି ଛାଟି
ସତ କହିଥାଇ ଗୋଟି ଗୋଟି
ପ୍ରବନ୍ଧରେ ବୁଡିଗଲେ ସଂସ୍କୃତି ସାହିତ୍ୟ
ଗଳ୍ପରେ ତୋ ମୋ କାହାଣୀ ତଥ୍ୟ
କବିତାରେ ଐଶ୍ଵର୍ଗୀକ ଚେତନା ଚୈତନ୍ୟ ଚିଠି
ଯଦି ଥାଏ ମୋ ଲେଖା ଗୋଟି
ମୋ ଭିତରେ ଫିଟି ମୁଁ ସାଉଁଟି ସମ୍ଭାବନା ଗୋଟି
ସମ୍ପର୍କ ଗୁଳି ଫୁଟି ଜାବୁଡି ଧରେ ଆଗ ପଛ ପିଠି
ମଣିଷପଣିଆ ଥିବା ଲେଖା ପଢେ କେତୋଟି
ବୋଉ ଡ଼ାକିଲାଣି ଚା ହେଲାଣି ପିଇବୁଟି