STORYMIRROR

Maitreyee Kamila

Abstract

3  

Maitreyee Kamila

Abstract

ସକାଳର ରୂପ

ସକାଳର ରୂପ

1 min
232

ଆଜି ପୁଣି ଦେଖା ନୂଆ ଏକ ସକାଳ  

ହୁଏ ତ ସୂର୍ଯ୍ୟ ର ପ୍ରଖର କିରଣ 

 ରେ ହା ହତାଶ 

ମୋ ପତ୍ର କୁଡ଼ିଆ ର ନିଶ୍ଵାସ ପ୍ରଶ୍ୱାସ

ଗରମ ଚୁଲି ର ଧାସରେ

 ସ୍ବପ୍ନ ସବୁ ଅକ୍ତା ମାକ୍ତା 

ରହି ରହି ପଲଟାଉଛି ଭୋକିଲା ପେଟ ର କାହାଣୀ

ସରୁ ନଈ ଟିଏ ପରି ରହି ରହି ଗଡି ଯାଉଛି ସମୟର ସୁନା ଫିଟା ଡେଣା

ବଞ୍ଚିବାର ରାହା ନେଇ ଆଗେଇ ଯିବ ଆମ ବସ୍ତିର ଇତିହାସ

ପଛକୁ ଫେରି ଚାହିଁଲେ ଜଳ ଜଳ ଦିଶୁଥିବ ଚିହ୍ନା ଜଣା ମୁହଁ ସବୁ

ସତରେ ସେ କେଉଁ ଏକ ଅଭାବି ମୁହୂର୍ତ୍ତ ଥିଲେ କେଜାଣି 

ଆଖିର ଆଖିଏ ଲୁହ ନେଇ ଚାଲି ଆସିଥିଲୁ ଭାଇ ଭଗାରୀଙ୍କୁ ପଛ କରି  

କଥ ଥିଲା ପେଟ କୁ ଭାତ ଆଉ ପିଠିକୁ କନା ଯୋଗାଡି ବୁ 

ଗାଁ ର ସରୁ ଅଙ୍କା ବଙ୍କା ଗଳି ପାର ହେବା ପରେ ଜୀବନର ମୋଡ଼ ସବୁ ଭାରି ଝାପ୍ସା ଦିଶିଲା

ଏଠି ନିଜର ଲାଗିଲା ଟଙ୍କା

ସମୟ କୁ ହାତଠାରି ନୂଆ ଏକ ଇଲାକା ରେ ଆମେ ସବୁ ଏକା ଏକା ନିଜ ଲୁହ ରେ ଭିଜି ହେଲୁ

ପାଦ ତଳର ମାଟି ସେମିତି ଥିଲା

ଆକାଶ ରେ ଜହ୍ନ ଟା କିନ୍ତୁ ନିଜର ଲାଗୁନଥିଲା

ଇଚ୍ଛା ହେଉଥିଲା ଦେଖିବାକୁ ମୋ ଗାଁ ର ସଂଜ ରେ ଫୁଲେଇ ଜହ୍ନ କୁ

ଭାରି ଭାରି ଲାଗୁଥିଲା ତମାମ ରାତି

ପାହାନ୍ତିଆ କୁ ଏ କାହାର ଡାକ ମାଆ ଆସି ଡାକୁଛି ନା ନା ସ୍ବପ୍ନ

ନିଦୁଆ ଆଖିରେ ଚାହିଁ ଦେଖିଲା 

ସାଙ୍ଗରେ ଆସିଥିବା ସପନି, କରୁଣା 

ଜଲଦି ଚାଲ ଆଉ ଏଠି ରହି କିଛି ଲାଭ ନାହିଁ 

ସରକାର କହିଛି କରୋନା ପାଇଁ କେହି ଘରୁ ବାହାରିବନି

ଏକାଠି ହବନି

ଆଉ କାମ କେହି ଦେବେନି

ତାହେଲେ ଆମେ କଣ କରିବା....

ସେମାନେ ଏକାଠି ଗୁହାରି କଲେ ଆମକୁ ବଞ୍ଚାଓ..

ସଂଜକୁ ଫତୁରା ଆସି କହିଲା ହେଇ ଦେଖ ଟିଭି ରେ ଆମ ଫୋଟୋ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract