STORYMIRROR

Sunanda Mohanty

Abstract Thriller Others

3  

Sunanda Mohanty

Abstract Thriller Others

ସକାଳ ଫେରିବା ଯାଏଁ 

ସକାଳ ଫେରିବା ଯାଏଁ 

1 min
5


ସକାଳ ଫେରିବା ଯାଏଁ 
ରହିଯା ବରଷା 
କେତେ ପଢ଼ିବି ଚଉତିଶା 
ହେବାକୁ ଲୋକହସା 
ସକାଳ ଫେରିବା ଯାଏଁ 
ଶିଶିର ଟୋପା 
ଲେଖିବାକୁ ଦେ ଥରେ 
ତା ନାଁରେ ସେ ଗୋପ ବାଳିକା 
ଦିନ ସୁନ୍ଦର ନା ରାତି ସୁନ୍ଦର 
ପଚାରି ପଚାରି ଗୋପା 
ହେଉଛି ଓ କରୁଛି ଖପା
 ବର୍ଷା ରହିଯା ଟୋପା ଟୋପା
ଫେରିବି ଯେବେ ପାହାନ୍ତି ପହରେ
ମୋ ପ୍ରିୟା କହିବନି ଯାଆନା କାହ୍ନା 
ରହିଯା ଦିଘଡି ଫେରୁ 
ସକାଳ ଶିଶିର ଟୋପା 
ସକାଳେ ବତୁରା ମନ ଧରି 
ପିନ୍ଧି ଜଉମୁଦ ସାତଫେରି 
ନହୁଲି ବରଷା ବାରି 
ସାଧବ ବୋହୁ ଓଢଣା ଭାରେ ଭାରି 
ସାତରଙ୍ଗ ଓଢଣୀରେ କଳାଟୋପା 
କିଏ କହେ ଚାନ୍ଦକଳା ବୋଳିଛି ଗୋପା 
ମୀରା ବି ସୁନ୍ଦର ରାଧା ବି ସୁନ୍ଦର 
ସୁନ୍ଦର ସକାଳେ ଚନ୍ଦନବିନ୍ଦୁ ଲିପା 
ଓଁ ନାଦ ଗହଗହ ସକାଳ ଭାରି ଭଲ 
କହେ ବଡ଼ ଭଉଣୀ ଓ ପିଇସୀ ଅପା 
ସେ ଦୁହିଁଙ୍କୁ ଲାଗେ ତପେ ବର ପାଇ 
 ଆସିଛନ୍ତି ଧାଇଁ ସାଇଁ ସକାଳେ ସଜ୍ଜଳେ
ଦେବୀ ମାଆ ଯେଣୁ ଆସିବେ 
ଦଇବ ଦଉଡି ମଣିଷ ଗାଇ ଦଫା ରଫା
ସବୁ ଠିକ ଠାକ ଥିଲେ ମାଆ ଦେବେ ତୋଫା
ସକାଳ ବି ସୁନେଲି ଦିଶିବ ନହୋଇ ଖପା
,,,,,,,,,,,,,,,,,,,,

,,,,,,,,,,,,,


Rate this content
Log in

Similar oriya poem from Abstract